ରେଳମନ୍ତ୍ରୀଙ୍କୁ ଭେଟି ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ଦାବି ରଖିଲେ ରେଲୱେ ବୋର୍ଡ ପିଏସି ସଦସ୍ୟ ଦିଲ୍ଲୀପ ମଲ୍ଲିକ

0 2

ନୂଆଦିଲ୍ଲୀ (ଶାସକ ପ୍ରଶାସକ ): ଜାତୀୟ ରେଲୱେ ବୋର୍ଡ ପିଏସି ସଦସ୍ୟ ତଥା ବିଜେପି ଓଡିଶା ପ୍ରଦେଶ ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଅବିଭକ୍ତ କଟକ ଜିଲ୍ଲାର ବିଦ୍ଭିନ୍ନ ଦାବି ଓ ଆବଶ୍ୟକତା ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରିବା ସହ ଜିଲ୍ଲାରେ ରେଳବାଇର ପରିସ୍ଥିତି ତଥା ସମସ୍ୟା ସମ୍ପର୍କରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ପୁରୀ-ସୁରଟ ଏକ୍ସପ୍ରେସ ଓ ପୁରୀ ସୈନଗର ସିରିଡ଼ି ଏକ୍ସପ୍ରେସକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ ଅନୁରୋଧ ସହ ବଲାଙ୍ଗୀର-ସମ୍ବଲପୁର ଅବା ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରୁ ଯେ କୌଣସି ଟ୍ରେନ କଟକ ଦେଇ ଯାତାୟାତ କରିବା ପାଇଁ ଅନୁରୋଧ ରଖିଥିଲେ | କଟକ ଓ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ କନ୍ଦରପୁରଠାରେ ଏକ ଟିକେଟ କାଉଣ୍ଟର ଖୋଲିବା ପାଇଁ ଶ୍ରୀ ମଲ୍ଲିକ ଅନୁରୋଧ କରିଥିଲେ | ନୂତନ ଜାତୀୟ ରାଜପଥର କଟକ ନାଉଗାଁ ରାସ୍ତାରେ କନ୍ଦରପୁର ଲେବେଲ କ୍ରସିଂ ଠାରେ ଏକ ଫ୍ଲାଇ ଓଭର ନିର୍ମାଣ, ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସୁବିଧା ପାଇଁ ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଶୀଘ୍ର କରିବା ସହ ରାଜ୍ୟର ବହୁପୂରାତ୍ତନ କଟକ ଷ୍ଟେସନକୁ ଐତିହ୍ୟ ଷ୍ଟେସନରେ ପରିଣତ କରି ତାହାର ନାମ ନେତାଜୀ ସୁବାସ ଚନ୍ଦ୍ର ବୋଷ ଟର୍ମିନାସ ନାମରେ ନାମିତ କରିବା ପାଇଁ ଶ୍ରୀ ମଲ୍ଲିକ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ |
ଉପରୋକ୍ତ ଦାବିଗୁଡିକ ଉପରେ ବିହିତ ପଦକ୍ଷେପ ନେବା ପାଇଁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି |

Leave A Reply

Your email address will not be published.