ବିଦ୍ୟୁତ ଠିକାଦାର ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ

0 2

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ୱେକା ( ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ସଂଘ ) ର ଏକ ସାଧାରଣ ସଭା ସଂଘର ସଭାପତି ବିଜୟ ପରିଡାଙ୍କ ସଭାପତିତ୍ୱ ରେ ସମ୍ବଲପୁର ୱେଲକମ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସର୍ବ ସମ୍ମତି କ୍ରମେ ସଂଘର ନିର୍ବାଚନ ଅନୁଷ୍ଠିତ କରିବା ପlଇଁ ରାଜକୁମାର ରାୟ, ଶିବସଙ୍କର ପୃଷେଠ ଏବଂ ବ୍ରଜକିଶୋର ବୀରତୀଆ ଙ୍କୁ ନିର୍ବାଚନ କମିଟୀ ସଭ୍ୟ ରୁପେ ମନୋନୀତ କରାଯାଇଥିଲା l ସାଧାରଣ ସଭା ର ନିଷ୍ପତି କ୍ରମେ ନିର୍ବାଚନ କମିଟୀ ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ କରାଯାଇଥିଲା ଏବଂ ନିମ୍ନ ଲିଖିତ ବ୍ୟକ୍ତି ବିଷେଶ ୱେକା ( ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ସଂଘ ) ପlଇଁ ୨୦୨୧-୨୨ ସକାଶେ ନୂତନ କର୍ମକର୍ତ୍ତା ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।
ସଭାପତି ଭାବେ ହରିହର ବେହେରା ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୋଷ କୁମାର ପଣ୍ଡା ଓ ଉପ ସଭାପତି ଭାବେ ଜ୍ୟୋତି ରଞ୍ଜନ ମହାରଣା (ସମ୍ବଲପୁର ), ସମିର କୁମାର ପଟେଲ (ସୁନ୍ଦରଗଡ଼ ), ସଞ୍ଜିବ କୁମାର ପାଟଯୋଶୀ (ଭବାନିପାଟଣା ), ଦୀପକ କୁମାର ନାୟକ (ବଲାଙ୍ଗିର ), ରଞ୍ଜନ କୁମାର ପଣ୍ଡା (ଝାରସୁଗୁଡା ) ନିର୍ବାଚିତ ହୋଇଛନ୍ତି | ସେହିପରି ସାଧାରଣ ସମ୍ପାଦକ ଭାବେ ଶିଶିର କୁମାର ରଥ, ସାଙ୍ଗଠନିକ ସମ୍ପାଦକ ଓ ସଂଯୋଜକ ଭାବେ ଦେବାଶିଷ ରାୟଗୁରୁ, ଯୁଗ୍ମ ସଂଯୋଜକ ଭାବେ ଗୋଲାପ କେଶରୀ ଚୈନୀ (ରାଉରକେଲା ), ଦେବାନନ୍ଦ ବାବୁ (ବରଗଡ଼ ), ମିନାଲ ବେହେରା (ରାଉରକେଲା ) ଓ କୋଷାଧ୍ୟକ୍ଷ ଭାବେ ସୁବ୍ରତ ପ୍ରଧାନ ନିର୍ବାଚିତ ହୋଇଛନ୍ତି |
ଜିଲ୍ଳା ସମ୍ପାଦକ ଭାବେ ଯଯାତି ପଟେଲ (ସୁନ୍ଦରଗଡ଼), ଦେବ ପ୍ରସାଦ ଜେନା (ଝାରସୁଗୁଡା ), ରଶ୍ମୀ ରଞ୍ଜନ ମୁଦୁଲି (ସମ୍ବଲପୁର ), ଶଙ୍କର ପାଣୀ (ଦେବଗଡ଼ ), ଅମ୍ବିକା ପ୍ରସାଦ ସାମଲ (ବରଗଡ଼ ), ପ୍ରିୟବ୍ରତ ସାହୁ (ବଲାଙ୍ଗିର- ସୋନପୁର), ଗୁରୁଚରଧ୍ଵଜ ବେହେରା (ନୂଆପଡ଼ା ), ମାନସ ରଞ୍ଜନ ଶତପଥୀ (କଳାହାଣ୍ଡି- ଭବାନିପାଟଣା ) ନିର୍ବାଚିତ ହୋଇଥିବା ବେଲେ କାର୍ଯ୍ୟକାରୀ କମିଟୀ ସଭ୍ୟ ଭାବେ ବ୍ରଜକିଶୋର ବୀରତୀଆ, ଘନଶ୍ୟାମ ନାୟକ, ସୁରେନ୍ଦ୍ର କୁମାର ଅଗ୍ରୱାଲ, ଶିବଶଙ୍କର ପୃଷେଠ, ଚନ୍ଦ୍ରଶେଖର ବାଗ ସର୍ବୋପରି ଉପଦେଶ୍ଟା ମଣ୍ଡଳୀକୁ ବିଜୟ କୁମାର ପରିଡ଼ା, ରାଜକୁମାର ରାୟ ଓ ପ୍ରଦିପ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି |
ଉକ୍ତ ସଭାରେ ନବ ନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ଶପଥ ଗ୍ରହଣ କଲlପରେ ଆଗାମୀଦିନରେ ସଂଘର ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ l ସଂଘର ନବନିର୍ବାଚିତ ସଭାପତି ହରିହର ବେହେରା ଓ ସାଧାରଣ ସମ୍ପାଦକ ଶିଶିର କୁମାର ରଥ ପଶ୍ଚିମାଞ୍ଚଳ ବିଦ୍ୟୁତ ଠିକାଦାର ବୃନ୍ଦ ଆଗାମି ଦିନରେ ନୀତି, ନିୟମ, ନୈତିକତା ଓ ସୂରକ୍ଷା ନେଇ ବୈଦ୍ୟୁତିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପଦେଶ ଦେଇଥିଲେ l

Leave A Reply

Your email address will not be published.