
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବାଉଁଶରେ ତିଆରି ରାକ୍ଷୀ ଦୋକାନକୁ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଛନ୍ତି । ଜୈବ ଅପଚୟ ମାଳା ଓ ପରିବେଶ ସହିତ ଖାପ ଖୁଆଇବା ଭଳିଆ ଏହି ରାକ୍ଷୀ ଦୋକାନକୁ ସ୍ଥାନୀୟ ବଡ ଚାନ୍ଦିଲିର ମାଁ ସନ୍ତୋଷୀ ଗହଣା ଉତ୍ପାଦନ ଗୃଫ୍ ଖୋଲିଛନ୍ତି । ସ୍ଥାନୀୟ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଦ୍ୱାରା ପରିଚାଳିତ ଜନଜାତି, ସେବା ଜଗତ ପାର୍ଶ୍ୱରେ, ରିଲାଏନ୍ସ ମାର୍କେଟ ଏବଂ ଜେ.କେ ପୁରରେ ତିନୋଟି ଦୋକାନ ଆଜି ଠାରୁ ଖୋଲାଯାଇ ଆସନ୍ତା ତା. ୨୨.୦୮.୨୦୨୧ ପର୍ଯ୍ୟନ୍ତ ରାକ୍ଷୀ ବିକ୍ରୟ କରାଯିବ । ବାଉଁଶ ଦ୍ୱାରା ପ୍ରସ୍ତୁତ ଆକର୍ଷଣ ରାକ୍ଷୀ ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପର୍ଶ ମିଳିତ ସହାୟତାରେ ଏହି ଗହଣା ଉତ୍ପାଦନ ସଂସ୍ଥାକୁ ତାଲିମ ଏବଂ ବିପଣନ ବ୍ୟବସ୍ଥା କରିଥିଲେ । ୩୩ ଜଣ ମହିଳା ଏହା ଦ୍ୱାରା ଉପକୃତ ହେବେ । ଏହି ଉଦ୍ଘାଟନି ଉତ୍ସବରେ ଜିଲ୍ଲାପାଳ ରାୟଗଡ ଶ୍ରୀ ମିଶ୍ରଙ୍କ ସହିତ ପି.ଡି. ଡି.ଆର୍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ପି.ଏ. ଆଇ.ଟି.ଡି.ଏ ଟୁକୁ ବାରିକ, ଜେନେରାଲ ମ୍ୟାନେଜର ସ୍ପର୍ଶ ପାଉଠେସନ ଏବଂ ଡି.ପି. ଓର୍ମାସ ଶ୍ରୀ ମନୋଜ ପାତ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।