ଦୂରରେ ଥିଲେ ବି ମାଟି ପ୍ରତି ଆକର୍ଷଣ ଓ ଉତ୍ତରଦାୟିତ୍ୱରୁ ହୋଇନାହାନ୍ତି ବିମୁଖ

0 2

ସବୁବେଳେ ନିଜ ଅଞ୍ଚଳବାସୀଙ୍କ ସୁଖ ଦୁଃଖରେ ଯୋଡି ହୋଇ ରହିଛନ୍ତି ମହେନ୍ଦ୍ର

ପଦ୍ମପୁର(ଶାସକପ୍ରଶାସକ)-ପ୍ରଶାସନିକ ଦାୟିତ୍ୱ ସହ ଦୂରରେ ଥିଲେ ବି ଅଞ୍ଚଳବାସୀଙ୍କ ପ୍ରତି ତାଙ୍କ ଉତ୍ତରଦାୟିତ୍ୱ ଓ ମାଟିର ଆକର୍ଷଣକୁ ଏଡାଇ ହୃଦୟରୁ ଦୁରେଇ ପାରିନାହାନ୍ତି ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ | ଦୂରରେ ଥିଲେ ନିଜ ଅଞ୍ଚଳବାସୀଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଆସିଛନ୍ତି ମହେନ୍ଦ୍ର | ଯେ କୌଣସି ଆପଦ ବିପଦ ହେଉ, ମେଳା ମଉଛବ ହେଉ ଅବା ଖେଳକୁଦ, ସବୁଥିରେ ଅଞ୍ଚଳବାସୀ ବି ଖୋଜନ୍ତି ସେମାନଙ୍କ ସେଇ ପ୍ରିୟ ମଣିଷକୁ | କାହାର କିଛି ଅସୁବିଧା ବା ଦୁଃଖ ଖବର ପାଇଲେ କେମିତି ତାକୁ ସାହାଯ୍ୟ କରିହେବ ସେଥିପାଇଁ ଅଂଟା ଭିଡି ଦିଅନ୍ତି ସେ | ପ୍ରଶାସନିକ କାର୍ଯ୍ୟବ୍ୟସ୍ତତାରେ ନିଜେ ନଯାଇପାରିଲେ ବି କାହାକୁ ପଠାଇ ସୁଖ ଦୁଃଖରେ ଠିଆ ହୋଇଥାନ୍ତି ମହେନ୍ଦ୍ର | ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମରେ ଜନ୍ମିତ ଶ୍ରୀମାନ ମହେନ୍ଦ୍ର ବଢ଼େଇ ଏକ ଅନ୍ୟାନ୍ୟ ପ୍ରତିଭା l ଜୀବନରେ ସେ ଅନେକ ଉତଥାନ ପତନ ତଥା ଝଡଝଞ୍ଜା ମଧ୍ୟରେ ଗତିକରି ଆଜି ସେ ପୁରୀ ଜିଲ୍ଲାର ଡେଲାଙ୍ଗ ରେ ତହସିଲଦାର ଭାବେ ବର୍ତ୍ତମାନ କାର୍ଯ୍ୟରତ l କରୋନା ମହାମାରୀ ସମୟ ରେ ଦୂରରେ ନିଜ ପ୍ରଶାସନିକ ଦାୟିତ୍ୱ ନିଭାଇଥିବା ବେଳେ ନିଜ ଜନ୍ମ ମାଟିର ଲୋକଙ୍କ ପାଇଁ ବି ବଢ଼ାଇଥିଲେ ସହାୟତାର ହାତ | ଅସହାୟ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ରାସନ୍ ସାମଗ୍ରୀ ସହ ଅକସିଜେନ ଅଭାବ ସମୟ ରେ ଗ୍ରାମ ମାନଙ୍କୁ ଅକସିଜେନ ସିଲିଣ୍ଡର,ଅକ୍ସିମିଟର ସହ କରୋନା ସମ୍ଭନ୍ଧୀୟ ବିଭିନ୍ନ ମୂଲ୍ୟବାନ ଓୈାଷଧ ପେଟି ପେଟି ପଠାଇ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିଛନ୍ତି |

ଏଇ କିଛିଦିନ ତଳେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶତାଧିକ ରୋଗୀ ଙ୍କ ସମାଗମ ହେଲେ ପାନୀୟ ଜଳ ର ବ୍ୟବସ୍ଥା ନଥିବାରୁ ଅଞ୍ଚଳ ର ଅନେକ ଲୋକ ତଥା ବୀର ସାବରକର ଯୁବକ ସଂଘ ପକ୍ଷରୁ ଏନେଇ ଶ୍ରୀ ବଢେଇ ଙ୍କୁ ଲେଖି ଜଣାଇଥିଲେ lଏ ଭଳି ଜନସାଧାରଣ ସେବାରେ ଲେଖି ଜଣାଇଥିବାରୁ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏକ ଉନ୍ନତମାନର ୱାଟର୍ ଫ୍ରୀଜ ପ୍ରଦାନ କରିବା ପାଇଁ ନିଃସଂକୋଚରେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ | ନିଜ ପ୍ରତିଶ୍ରୁତି ରକ୍ଷା କରି ଶ୍ରୀ ବଢ଼େଇ ଥଣ୍ଡା ପାନୀୟ ଜଳ ସକାଶେ ଭୋଲଟାସ୍ କମ୍ପାନୀ ର ୱାଟର୍ ଫ୍ରୀଜ ନିଜ ହାତରେ ଲୋକାର୍ପିତ କରୀଛନ୍ତି | ଶ୍ରୀ ବଢେଇ ନିଜ ହାତରେ ଉଦଘାଟନ କଲାପରେ ଜଣେ ରୋଗୀଙ୍କୁ ପାନୀୟ ଜଳ ପିଆଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ lଏହି କାର୍ଯ୍ୟକ୍ରମ ରେ ବୁକୁରାମୁଣ୍ଡା ଅଞ୍ଚଳ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଅନେକ ମାନ୍ୟଗଣ୍ୟ ବ୍ୟକ୍ତି,ବୀର ସାବରକର ଯୁବକ ସଂଘ ର ସମସ୍ତ ପ୍ରତିନିଧି ସମେତ ଡାକ୍ତରଖାନାରେ ଜଡିତ ସମସ୍ତ କର୍ମଚାରୀ ବୃନ୍ଦ ଉତ୍ସାହ ର ସହ ଶ୍ରୀ ମହେନ୍ଦ୍ର ବଢ଼େଇ ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଫୁଲତୋଡା ପ୍ରଦାନ କରି ସ୍ୱାଗତ କରିଥିଲେ l

 

Leave A Reply

Your email address will not be published.