ବହୁତ ଦିନ ପରେ ଶୁଭିଲା ବୋଲବମ ଭକ୍ତଙ୍କ ଜଟିଆ ବାବା ପର୍ କରେଗା ଶଦ୍ଦ ।

0 2

କଲ୍ୟାସିଂହପୁର: ପ୍ରଦିପ ଦଳାଇ:ରାୟଗଡା ଜିଲ୍ଲା ରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨ କିମି ଦୂରରେ ଥିବା ଦେବଗିରୀ ପାହାଡ଼ରେ ବୋଲବମ ଭକ୍ତ ମାନଙ୍କୁ ଦେଖିବାକୁ ମିଳିଛି । ସରକାରଙ୍କ କୋବିଡ଼ ନିୟମ ଅନୁଯାୟୀ ବିନା ଭକ୍ତରେ ସମସ୍ତ ଦେବାଳୟ ରେ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଉଥିଲା ।କିନ୍ତୁ କୌଣସି ଭକ୍ତଙ୍କୁ ଦର୍ଶନପାଇଁ ଛଡା ଯାଉ ନଥିଲା । ବର୍ତ୍ତମାନ କରୋନା ମହାମାରୀ କମି ଯାଉଥିବା ଯୋଗୁଁ ଆଜି ଠାରୁ ସମସ୍ତ ଦେବାଳୟ ଖୋଲା ଯାଇଥିବାରୁ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ସ୍ଥାନୀୟ ତ୍ରିବେଣୀ ଘାଟରୁ ଭକ୍ତ ମାନେ ସ୍ନାନ ସାରି ବାଲୁକା ଲିଙ୍ଗ ସ୍ଥାପନ କରିବା ପରେ ମହାଦେବ ଙ୍କୁ ସ୍ମରଣ କରି ପଞ୍ଚାକ୍ଷରି ମନ୍ତ୍ର ଜପି ପାଣି ଭାର ଧରି ଦେବଗିରୀ ପାହାଡ଼ ଚଢ଼ି ଶିବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ ।ସେହିପରି ସ୍ଥାନୀୟ ବୁଧେଲିଙ୍ଗେଶ୍ୱର, ସୁନାଖଣ୍ଡିରେଥିବା ଆଖେଣ୍ଡଳଶ୍ବର ସତୀତୋଟା, ନାରାୟଣପୁର ,ପଲମା,ଶିକରପାଇ,କରାପା, ସେରିଗୁମା ଶିବମନ୍ଦିର ଠାରେ ବୋଲବମ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.