ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ )ସୋନପୁର ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆ ଠାରେ ୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ସତର୍କତା ଅବଲମ୍ବନ କରି ପାଲିତ ହୋଇ ଯାଇଛି।ଏହି ଅଵସରରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିଵାଦନ ଦେଇ ଦେଶ ଓ ରାଜ୍ୟ ସହିତ ସୁବର୍ଣ୍ଣ ପୁର ମାଟିର ମହାନ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ।ସେହି ପରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅଵସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ,ନିଶି ପୁନମ ମିଞ୍ଜ ସହ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତିରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ଏହି ଦିବସ ଅଵସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ,ପିଡ଼ି ଡିଆର ଡେଏ ଡୋଲାମଣି ପଟେଲ, ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହର ସହ ସୋନପୁର ରାମେଶ୍ୱର ନିକଟସ୍ଥିତ କୃଷ୍ଠ କଲୋନୀରେ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ସହ କପଡ଼ା ବଣ୍ଟନ କରିଥିଲେ।

