ଓଡ଼ିଶା ମୋ ପରିବାର ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

0 1

ସମ୍ବଲପୁର/ରମାକାନ୍ତ ବିଶ୍ବାଳ-ବିଜେଡିର ଓଡିଶା ମୋ ପରିବାର ପକ୍ଷରୁ ପବିତ୍ର ୭୫ ତମ ସ୍ବାଧୀନତା ଦିବସ ଅବସରେ ରେଙ୍ଗାଲି ଗୁଲାମାଲ ପ୍ରଧାନପାଲି ଶନି ମନ୍ଦିର ଏବଂ ଏହାର ସମ୍ମୁଖ ପଡିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ରାଜ୍ଯ ଯୁଗ୍ମ ସଂପାଦକ ଇଂ. ଦିଲିପ ଦୁରିଆଙ୍କ ଉଦ୍ୟମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଓ ବୁର୍ଲା ଭିମସାରର ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସ୍ୱନାମଧନ୍ୟ ଡାକ୍ତର ଜଗନ୍ନାଥ ହାତୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିବାସହ ଅନୁଷ୍ଠିତ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ରଖିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଡେଲାମଣି ପ୍ରଧାନ, ଦିଲିପ ବିଶ୍ବାଳ,ରଂଜିତ ସାହୁ,ଶମ୍ବୁଲାଲ ବିଶ୍ବାଳ, ପ୍ରକାଶ ପ୍ରଧାନ,ଡିଲେଶ୍ବର ରାଜପୁତ, ମୁକେଶ ଭୋଇ,ହିମାଞ୍ଚଳ ପଶାୟତ,କମଳ କୁମାର ବାଗ,ଗୋପେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.