“ନୀଳଚକ୍ର” ସମ୍ବଲପୁର ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0 1

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ସ୍ଥାନୀୟ ଭାଲୁବାହାଲ ସ୍ଥିତ ନୀଳଚକ୍ର କାର୍ଯ୍ୟାଳୟ ପରିସରରେ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ସଂଗଠନ ନୀଳଚକ୍ର ଓ ବୀର ସୁରେନ୍ଦ୍ର ସାଏ ରେଜିମେଣ୍ଟ ଇଣ୍ଡିଆନ କମ୍ୟୁନିଟି ପୋଲିସ ମିଳିତ ଆନୁକୂଲ୍ୟରେ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରବିନାରାୟଣ ପଣ୍ଡା ଯୋଗଦାନ କରିଥିଲେ l ଅନ୍ୟତମ ଅତିଥି ଭାବରେ ସଚ୍ଚିଦାନନ୍ଦ ପ୍ରଧାନ,ହରିକିଶନ ଦଧିଚି,ଘନଶ୍ୟାମ ରତ୍ୱା, ପ୍ରଫେସର ଡ ଗିରିଜା ଶଙ୍କର ଶର୍ମା ପ୍ରମୁଖ ଙ୍କ ଉପସ୍ଥିତ ରେ ଜାତୀୟ ପତାକା ଉେତ୍ତାଳନ ଓ ମିଳିତ ସଂଗଠନ କର୍ମକର୍ତ୍ତା ମାନେ ଅତିଥି ମାନଙ୍କୁ ଅଭିବାଦନ ପ୍ରଦାନ ଓ ଜାତୀୟ ସଂଗୀତ ଗାନ କାରିଥିଲେ l ସଂଗଠନ ର ସଭାପତି ତଥା ଇଣ୍ଡିଆନ କମ୍ଯୁନିଟି ପୋଲିସ ର ମୁଖ୍ୟ କମାଣ୍ଡର କଳାରତ୍ନ ବଂଶୀଧର କର ଙ୍କ ଅଧ୍ୟକ୍ଷତା ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତି ବନ୍ଧୁ ଦେବାଶିଷ ସାହୁ, ସମାଜସେବୀ ଗୋପାଳ ରାଉତ, ସମାଜସେବୀ ଚତୁର୍ଭୁଜ ଗାର୍ଡିଆ, ଜୟରାମ ପଧାନ, ସରୋଜ କୁମାର ସାମନ୍ତରାୟ, ଦିଲିପ କୁମାର ଦଧିଚି, କାର୍ତ୍ତିକ ସଣ୍ଢ,ନିରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.