ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କର୍ମୀ ସମାବେଶ

0

ବରଗଡ :- ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ନିଜର ନିଜର ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହି କ୍ରମରେ ଆଜି ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ସ୍ଥାନୟ ବିଧାୟିକା ତଥା ରାଜ୍ୟ ମହିଳା ସଭାନେତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ବରେ ଆଜି ଅତାବିରା କୋଶଳ ଆନ୍ଧ୍ର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କର୍ମୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।

ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ବରଗଡ଼ ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିବା ବେଳେ , ସମ୍ମାନୀତ ଅତିଥି ଭାବରେ ଓଡିଶା ସରକାର ଙ୍କର ଶ୍ରମ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଶ୍ରୀ ସୁଧିର ସାମଲ, ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସଭାରେ ଉପସ୍ଥିତ କର୍ମୀ ମାନଙ୍କୁ ସଂଵୋଧନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା କୃଷକ ସେଲ ର ସଭାପତି ଶ୍ରୀ ଗୌରହରି ମିଶ୍ର , ଯୁବ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ମହିଳା ଜିଲ୍ଲା ସଭାନେତ୍ରୀ ଶ୍ରୀମତି ନୀଳ କୁମାରୀ ନାୟକ,ଛାତ୍ର ଜିଲ୍ଲା ସଭାପତି କରନ ସିକନ୍ଦର ଓ ନିର୍ବାଚନ ମଣ୍ଡଳୀର ଜିଲ୍ଲା,NAC, ବ୍ଲକର ଦଳୀୟ ସଭାପତି ବୃନ୍ଦ ମଞ୍ଚାସିନ ଥିଲେ। ଏହି ସମାବେଶରେ NAC, ବ୍ଲକ ଓ ପଂଚାୟତରୁ ଆସିଥିବା ଦଳୀୟ କର୍ମୀ,ଦଳୀୟ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.