ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଶିଆଳି ପଞ୍ଚାୟତର କୋଲ୍ଲା , ମାଣ୍ଟିଗୁଡା , ହରିପୁର , ପେଦଗୁଡା , କେ.ସ .ଗୁଡ , ହନୁମନ୍ତ ଗୁଡ , ଶିଆଳି ଗ୍ରାମମାନଙ୍କର ୧୦୦ ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ। ଉମାଶଙ୍କର ଗନ୍ତୟତ ବିଜେପି ମଣ୍ଡଳ ସଭାପତିଙ୍କ ନେତୃତ୍ଵରେ ଶିଆଳି ଗ୍ରାମ ପଞ୍ଚାୟତର ଉଧାୟ ଚନ୍ଦ୍ର ଜେନ୍ନ, ଚିନ୍ନାରାଓ ଶବର , ସର୍ବେଶ୍ୱରଓ , ମଙ୍ଗଳ ଗମାଙ୍ଗ , ସୁକୁ ଶବର ଓ ପୂର୍ବତନ ନାଏବ ସରପଞ୍ଚ, ପୁର୍ବତନ ୱାର୍ଡ ମେମ୍ବର ଓ ୱାର୍ଡ ମେମ୍ବର୍ସ ଅନ୍ୟାନ୍ୟ ପ୍ରାୟ ୯୫ ଜଣ ବିଜେଡି ଦଳରୁ ବିଜେପି ରେ ଯୋଗ ଦେଇଥିଲେ।
ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ସେମାନଙ୍କୁ ଉତ୍ତରୀୟ ଦେଈ ସ୍ବାଗତ ଜଣାଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି ଏଚ୍. ସିମାଦ୍ରୀ , ବିଜେପି ସାଧାରଣ ସମ୍ପାଦକ ଆରୁ ସାହୁ , ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ଓ କାଶୀନାଗର ପଞ୍ଚାୟତ ସମିତି ବିଜେପି ଦଳର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଦଳରେ ଏମାନଙ୍କ ଯୋଗଦାନ ଆଗମୀ ଦିନରେ କାଶୀନାଗର ବ୍ଲକରେ ତଥା ଜିଲ୍ଲାରେ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି ବିଧାୟକ କହିଥିଲେ।
ସେହିପରି ବିଧାୟକଙ୍କ କାର୍ଯରେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଥିଲେ ଉମାଚରଣ ଗନ୍ତୟତ।
Sign in
Sign in
Recover your password.
A password will be e-mailed to you.