ସଫଳ ଅସ୍ତ୍ରୋପଚାର ପରେ ପାଇକମାଲ ଫେରିଲେ 37 ରୋଗୀ,  ଯୁବ ମଞ୍ଚ  ସ୍ବେଚ୍ଛାସେବୀଙ୍କୁ  ଦେଲେ ଆଶୀର୍ବାଦ     

0

18-07-18-paikamal-1.jpg - 142.24 kB

ପାଇକମାଲ(ଗୌରାଙ୍ଗ ଚରଣ ଦାଶ)  :- ଗତ 15 ତାରିଖ ଦିନ ପାଇକମାଲ ଧର୍ମଶାଳା ଠାରେ ମାରୱାଡି  ଯୁବା ମଞ୍ଚ ତରଫରୁ ଏକ ମେଗା ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । 200 ଜଣ ରୋଗୀ ମଧ୍ୟରୁ 45 ଜଣଙ୍କୁ ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଡାକ୍ତରମାନେ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ। ସେମାନଙ୍କ ମଧ୍ୟରୁ 37 ଜଣଙ୍କୁ ସମ୍ବଲପୁର ସ୍ଥିତ ତ୍ରିଲୋଚନ ନେତ୍ରାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠା ଯାଇଥିଲା। ଆଜି ସମସ୍ତ ରୋଗୀ ଅସ୍ତ୍ରୋପଚାର ପରେ ପାଇକମାଲ ଫେରିଛନ୍ତି।ରୋଗୀ ମାନେ ପାଇକମାଲ ପହଂଚିବା ପରେ  ଯୁବ ମଂଚ ର କର୍ମକର୍ତା ସେମାନଙ୍କର ସ୍ୱାସ୍ଥ୍ୟ  ଅବସ୍ଥା ପଚାରି ବୁଝିବା ସହ ସେମାଙ୍କର ଆଶୁ ଅରୋଗ୍ୟ କାମନା କରିଥିଲେ । ଉକ୍ତ ରୋଗୀମାନଙ୍କର ମଧ୍ୟରେ 17 ଜଣ ପୁରୁଷ ଓ 20 ଜଣ ମହିଳା ରୋଗୀ ଅଛନ୍ତି। ବିନା କୋଣସି ବାଧା ବିଘ୍ନ ରେ ଅତି ସୁରୁଖୁରୁ ଭାବରେ ସମସ୍ତଙ୍କର ଅସ୍ତ୍ରୋପଚାର ହେଇଯାଇଥିବାରୁ ସମସ୍ତ ରୋଗୀ ମାନେ ଯୁବ ମଞ୍ଚ ର କର୍ମକର୍ତା ମାନଙ୍କର ପ୍ରଶଂସା କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ ବୋଲି ଯୁବ ମଞ୍ଚ ର ସଭାପତି ନିଲେଶ କୁମାର ଅଗ୍ରବାଲ , ସୁନୀଲ କୁମାର ଅଗ୍ରବାଲ , ନିଲେଶ କୁମାର ତାୟଲ ପ୍ରମୁଖ ଜଣାଇଛନ୍ତି।

Leave A Reply

Your email address will not be published.