ସରକାରୀ ଯୋଜନାରୁ  ବଞ୍ଚିତ ଭିନ୍ନକ୍ଷମ ଯୁବତୀ, ସରକାରୀ ଫନ୍ଦିରେ ଛନ୍ଦି ହୋଇ ପାଇପାରୁନାହାନ୍ତି ସହାୟତା 

0

18-07-18-sundargad.jpg - 283.92 kB

ବଣାଇଁ : ବଣାଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ପଞ୍ଚାୟତର ଦିଗା ଗାଁରେ ଜଣେ ମୁକ ବଧିର ଯୁବତୀଙ୍କ ମାଁ ସରକାରୀ ସହାୟତା ଅପେକ୍ଷା ଚାହିଁ ବସିଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମରେ ଦିଗା ବସବାସ କରୁଥିବା ଜଣେ ପରିବାର ସ୍ଵର୍ଗତ ଭଗବାନ ଧିବର- ଚିତ୍ରାବତୀ ଧୀବରଙ୍କ  ଝିଅ ବିଲେଇ ଧିବର (୩୩) ଜନ୍ମରୁ ମୁକ ବଧିର ଥିବା ବେଳେ ବାମ ହାତରେ ଆଙ୍ଗୁଠି ପାପୁଲି ନଥିବାରୁ ସେ ଭିନ୍ନକ୍ଷମ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ତାଙ୍କର ପରିବାର ଲୋକେ କହିବା ଅନୁସାରେ ଏ ପର୍ଯ୍ୟନ୍ତ  ସରକାରୀ ସହାୟତା ପାଇପାରିଲୁ ନାହିଁ। ଏବିଷୟରେ ଖୁଣ୍ଟଗାଁ ସରପଞ୍ଚ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ହେବ କହିଥିଲୁ। ସରପଞ୍ଚ କହିଛନ୍ତି ଯେ ଭିନ୍ନକ୍ଷମ ଡାକ୍ତର ରିପୋର୍ଟ ପ୍ରଦାନ କଲେ ସରକାରୀ ଯୋଜନାର ସୁବିଧା ପାଇଁ ପାରି |  ` ହେଲେ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଶିବିରରେ ଯୋଗ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏବେ ବିଲେଇ ଧିବରର ମାଆ କହିବା ମୁତାବକ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଦେଖବାହାଲ କରିବି ମୋର ଦୁଇଟି ପୁଅବୋହୂ ଥିଲେ ମଧ୍ୟ ତାକଂର ପେଟ ପାଇଁ ନଦୀରେ ଯାଇ ମାଛ ଧରିଲେ ଯାଇ ବିକ୍ରି କରି ପେଟ ପୋଷି ହୁଏ ନହେଲେ ନାହିଁ। ଅମେ ଗରିବ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ମୋର ଝିଅ ପାଇଁ ୫ କେଜି ଚାଉଲ ମିଲୁଛି ଅଥଚ ତା ପାଇଁ ଏପଯର୍ଯନ୍ତ ଭିନ୍ନକ୍ଷମ ଭତ୍ତା ପାଇ ପାରିନାହିଁ। ଏବିଷୟରେ ଖୁଣ୍ଟଗାଁ ସରପଞ୍ଚ ଅଜୟକୁମାର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ ଆଗରୁ ଯାଇ ଦେଖିଥିଲି । ତାଙ୍କ ପରିବାରର ଲୋକଙ୍କୁ କହିଥିଲି  ଯେ ଭିନ୍ନକ୍ଷମ ରିପୋର୍ଟ ପ୍ରଦାନ କଲେ ମୁଁ ବ୍ୟବସ୍ଥା କରିବି | ତେବେ ଏବେ ମୋ ଦ୍ବାରା ଯାହା ସାହଯ୍ୟ ହେବ ମୁଁ କରିବି ବୋଲି ପ୍ରକାଶ କରିଥିଲେ। ତେବେ  ଏହି ମୁକ ବଧିର ଭିନ୍ନକ୍ଷମ ମାନଙ୍କୁ ସରକାରୀ ସହାୟତା ପାଇପାରିବେ କେବେ ସେଥିପାଇଁ  ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୂଷ୍ଟି ଦେବା ସକାଶେ ଗ୍ରାମବାସୀ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.