260 ଗ୍ରାମ ବ୍ରାଉନ ସୁଗାର ଜବତ 2 ଜଣ ଗିରଫ।

0 2

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ) -:ଭଦ୍ରକ ପୁରଣା ବଜାର ପୋଲିସ କୁ ସଫଳତା. ପୁରୁଣାବଜାର ନଙ୍ଗାମହଲା ଅଞ୍ଚଳରୁ 260 ଗ୍ରାମ ବ୍ରାଉନସୁଗାର ଜବତ. ସୂଚନା ଅନୁଯାୟୀ ନଙ୍ଗାମହଲା ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନ ସୁଗାର ବେପାର ଚାଲୁଥିଲା. ପୁରୁଣା ବଜାର ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା ଉପରେ ନଜର ରଖିଥିଲା. ଗତକାଲି ଏହି ଅଞ୍ଚଳରେ ସାଦଭ କାଦ୍ରିରୀ ଓ ଆଝାରୁଦ୍ୱିନ ଖାନ ଦୁଇ ଜଣ ବ୍ରାଉନ ସୁଗାର ଜଳେଶ୍ୱର ଅଞ୍ଚଳରୁ ଆଣି ଭଦ୍ରକ ନଙ୍ଗାମହଲା ଅଞ୍ଚଳରେ ବେପାର କରୁଥିବା ସମୟରେ ପୁରୁଣା ବଜାର ପୋଲିସ ତାଙ୍କୁ କାବୁ କରିଥିଲା. ପରେ ପୋଲିସର ତଦନ୍ତ ବେଳେ ତା ନିକଟରୁ ଗୋଟାଏ ମୋଟର ସାଇକେଲ ସମେତ ନଗଦ 1700 ଟଙ୍କା ଓ ବ୍ରାଉନ ସୁଗାରର ବ୍ୟବହୃତ ହେଉଥିବା ସାମଗ୍ରୀ କୁ ଜବତ କରିଛି ପୁରୁଣା ବଜାର ପୋଲିସ.

Leave A Reply

Your email address will not be published.