https://www.youtube.com/watch?v=oJvfxw3E81s
ଫୋନ କରି “ଶାସକ ପ୍ରଶାସକ” ସାମ୍ବାଦିକଙ୍କୁ କେଶ ଧମକ
ପଦ୍ମପୁର ଟେକ୍ନିସିଆନ ଙ୍କର ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ରେଡ଼ ର ପାର୍ଶ୍ଵ ପ୍ରତିକ୍ରିୟା
ବରଗଡ :- କିରେ , ତମ ଘରେ ଭିଜିଲାନ୍ସ ଚଢ଼ାଉ କଲା | ଭିଜିଲାନସେ ତଥ୍ୟ ଦେଲା | ଖୋଦ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ପ୍ରେସ ବୟାନ ଜାରି କରାଗଲା | ଏପରିକି ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଗଲା | ତାର ଆଧାରରେ ” ଶାସକ ପ୍ରଶାସକ” ରେ ଖବର ପ୍ରକାଶ ପାଇଲା | ମନରୁ କିଛି ଲେଖା ଯାଇନି, ଯାହା ଳେଖହାଇଛି ସବୁ ସତ, ଭିଜିଲାନ୍ସ ତଥ୍ୟକୁ ଭିତ୍ତି କରି | ହେଲେ ଖବର ବାହାରିବା ପରେ ସମ୍ପର୍କୀୟଙ୍କୁ ଏତେ ବିନ୍ଧିଲା ଯେ ଆମ ଜିଲ୍ଲା ପ୍ରତିନିଧିଙ୍କୁ ଫୋନ କରି ପରୋକ୍ଷ ଧମକ ଦେବା ସହ କେଶ କରିବେ ବୋଲି ନାଲିଆଖି ଦେଖାଇଛନ୍ତି |
ଦୁଇଦିନ ତଳେ ରାଜ୍ୟ ଭିଜିଲାନ୍ସ ଟିମ ଦ୍ୱାରା ବିଭାଗର ସମ୍ବଲପୁର ଏସପି ଙ୍କର ନିର୍ଦେଶରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ କାର୍ଯରତ ଚକ୍ଷୁ ବିଭାଗର ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନ ଙ୍କର ଘରେ ରେଡ଼ ହୋଇଥିଲା । ସନ୍ଧ୍ୟାରେ ଏସପି ଭିଜିଲାନ୍ସ ଙ୍କର ଦପ୍ତର ତରଫରୁ ଏହି ରେଡ଼ ବାବଦରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ଟେକ୍ନିସିଆନ ଙ୍କର ପାଖରୁ ମିଳିଥିବା ଜିନିଷ ପତ୍ର ର ବିବରଣୀ ଓ ମୂଲ୍ୟ ପ୍ରକାଶ କରାଯାଇଥିଲା । ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଆମେ ଖବର ପ୍ରସାରଣ କରିଥିଲୁ । ଏହି ଖବର ପ୍ରସାରଣ ହେବା ପରେ କରିତକର୍ମା ବାବୁଙ୍କର ସମ୍ପର୍କୀୟ ମାନଙ୍କୁ ଖୁବ ବାଧୂ ଥିବା ଭଳି ଲାଗୁଛି । ଏହାର କାରଣ ହେଲା ଖବର ପ୍ରକାଶିତ ହେବା ପରେ ଆଜି ସନ୍ଧ୍ୟା ସମୟରେ ପାଇକମାଲ ଦୁର୍ଗା ଦେବୀଙ୍କର ମନ୍ଦିର ନିକଟରେ ଏକ ଚଷମା ଦୋକାନ କରିଥିବା ଜଣେ ବ୍ୟକ୍ତି 9668184446 ରୁ ଆମର ବରଗଡ଼ ପ୍ରତିନିଧି ଗୌରାଙ୍ଗ ଚରଣ ଦାସଙ୍କୁ 9937317557 ରେ ଫୋନ କରି ମିଥ୍ୟା ଖବର ପ୍ରସାର କରିଥିବା କହି କେଶ କରିବାର ଧମକ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏସପି ଙ୍କର ସୂଚନା ମତେ ପ୍ରକାଶିତ ଖବରର ସତ୍ୟତା କୁ ଜୋରଜବରଦସ୍ତ ଭାବରେ ଦବେଇ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିର୍ଦୋଷ ସାବ୍ୟସ୍ତ କରିବାର ଏହା ଏକ ବୃଥା ପ୍ରୟାସ ବୋଲି ମନେ ହେଉଛି । ବର୍ତ୍ତମାନ ଭିଜିଲାନ୍ସ କବ୍ଜାରେ ଥିବା ବାବୁ ଜଣକ ନିଜକୁ ଜଣେ ଚକ୍ଷୁ ବିଶେଷଜ୍ଞର ପରିଚୟ ଦେଇ ପାଇକମାଲର ଉକ୍ତ ଚଷମା ଦୋକାନରେ ରୋଗୀ ଦେଖୁଥିଲେ ବୋଲି ଲୋକଙ୍କ ଅଭିଯୋଗକୁ ମଧ୍ୟ ଭଜିଳାନ୍ସ ଗୁରୁତ୍ୱର ସହ ନେଇଛି । ବର୍ତ୍ତମାନ ଭିଜିଲାନ୍ସ ହାବୁଡ଼ରେ ପଡି ତାଙ୍କର ଦ୍ୱାରା ଅର୍ଜିତ ସମ୍ପତ୍ତି ଆହରଣର ଉତ୍ସକୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ତଥା ସହରରେ ଚର୍ଚା ହେବା ପରେ ବାବୁଙ୍କ ସମ୍ପର୍କୀୟଙ୍କ ଯନ୍ତ୍ରଣା ହେବା ଥୟ |

।