ଜୁନିୟର ରେଡ଼କ୍ରସ ମୁଖ୍ୟ ନିର୍ବାହୀ ସଭ୍ୟଙ୍କ ବାର୍ଷିକ ସମାବେଶ 

0

17-07--18-redcross.jpg - 38.42 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଭଞ୍ଜପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଜୁନିୟର ରେଡ଼କ୍ରସ ମୁଖ୍ୟ ନିର୍ବାହୀ ସଭ୍ୟଙ୍କ ବାର୍ଷିକ ସମାବେଶ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକ ପୂର୍ବ ବର୍ଷର ବିବରଣୀ ଓ ବଜେଟ ସହିତ ୨୦୧୯ ବର୍ଷରେ ଜୁନିୟର ରେଡ଼କ୍ରସର କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରାଇଥିବା ସମୟରେ ରାଜ୍ୟ ସାଧନକର୍ମୀ ଡ଼ଃ. ଶଶୀଧର ବିଶ୍ୱାଳଙ୍କୁ ନୂତନ ଭାବେ ଜିଲ୍ଲା ସଂଯୋଜକ ଦାୟିତ୍ୱରେ ପ୍ରଦାନ କରାଯାଇଥିଲା । ଜିଲ୍ଲା ସାଙ୍ଗଠନିକ ସମ୍ପାଦକ  ତଥା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି, କୋର କମିଟି ସଦସ୍ୟ ତଥା ଡ଼ି.କେ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରୋଦ କୁମାର ମହାନ୍ତ, ରାଜ୍ୟ ସାଧନ କର୍ମୀ ମିନତୀ ଜେନା, ଭାରତୀ ବବେର୍ତ୍ତା, ବିନ୍ଦୁ ରେଖା ପାତ୍ର, ଇତିଶ୍ରୀ ସାହୁ, ସ୍ମୃତି ରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜୁନିୟର ରେଡ଼କ୍ରସ କାଉନସେଲର ଶିକ୍ଷକ ଦୀପକ ରାମ ପାରିଚାଳନାରେ ସହାୟତା କରିଥିଲେ । 

 

        

 

Leave A Reply

Your email address will not be published.