ମହାପ୍ରଭୂଙ୍କ ମତ୍ସ୍ୟକଚ୍ଛପ ବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ

0

   ମହାପ୍ରଭୂଙ୍କ ମତ୍ସ୍ୟକଚ୍ଛପ ବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )-  ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଘୋଷ ଯାତ୍ରାରେ ବାହରି ନିଜର ଜନ୍ମ ବେଦୀ ମାଉସୀ ମାଙ୍କ ଘରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଦଶ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଓ ଆଜି ବୁଧବାର ମହାପ୍ରଭୂତ୍ତମତ୍ସ୍ୟ ଓ କଚ୍ଛପ ଧାରଣ କରିଛନ୍ତି । ପ୍ରଳୟ ସମୟରେ ଶଙ୍ଖାସୁର ନାମକ ଏକ ଅସୁର ବ୍ରହ୍ମଦେବଙ୍କ ବେଦକୁ ଚୋରାଇ ନେଇ ସମୂଦ୍ର ତଳେ ଏକ ଗୁମ୍ଫା ମଧ୍ୟରେ ଲୁଚି ରହିଥିଲା । ଭଗବାନ ବିଷ୍ଣୁ ବେଦକୁ  ଉଦ୍ଧାର ନିମନ୍ତେ ମିନ ରୂପ ଧାରଣ କରିଥିଲେ । ମିନ ରୂପରେ ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ବଧ କରି ବେଦ ଉଦ୍ଧାର କରିଥିଲେ । ସେହିପରି ଦେବତା ଓ ଅସୁରମାନେ ମିଶି ସମୂଦ୍ର ମନ୍ଥନ କରିଥିଲେ । ମନ୍ଥନ ନିମନ୍ତେ ମନ୍ଦରା ପର୍ବତକୁ ଅଖ ଭାବରେ ସମୂଦ୍ର ମଧ୍ୟରେ ପକାଇବାରୁ ତାହା ସମୂଦ୍ରରେ ବୁଡ଼ି ଯାଇଥିଲା । ଦେବତା ଓ ଅସୁରମାନେ କିଂ କର୍ତବ୍ୟ ବିମୂଢ଼ ଅବସ୍ଥାରେ ରହିଥିବା ବେଳେ ଭଗବାନ ବିଷ୍ଣୁ କୃମ ରୂପ ଧାରଣ କରି ସମୂଦ୍ର ତଳେ ରହି ନିଜ ପିଠି ଉପରେ ମନ୍ଦରା ପର୍ବତକୁ ଟେକି ରଖି ଥିଲେ । ଯାହା ଫଳରେ ସମୂଦ୍ର ମନ୍ଥନ ସମ୍ଭବ ହୋଇପାରିଥିଲ ।  ଶ୍ରୀଶ୍ର୍ରୀହରିବଳଦେବ ଜୀଉ ମହାପ୍ରଭୁଙ୍କର ରଥ ଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁସାରେତ୍ତମାଉସୀମାଙ୍କ ମନ୍ଦିରରେ ସଂଧ୍ୟା ୭ଟାରୁ ରାତ୍ରି ୧୧ଟା ମଧ୍ୟରେ ମହାପ୍ରଭୂମାନେ ଏହି ମତ୍ସ୍ୟକଚ୍ଛପ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ସମୟ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମହାପ୍ରଭୂଙ୍କ ଏହି ବେଶକୁ ଦର୍ଶନ କରିଥିଲେ ।   

ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଜନସାଧାରଣରେ ଖ୍ୟାତି ଲାଭ କରିଥିବା କନିଷ୍ଠମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲାପ୍ରଶାସନ ପକ୍ଷରୁ  ଜିଲ୍ଲା ସଂସ୍କୃତି ବିଭାଗ ଓ ବାରିପଦା ପୌରପରିଷଦର ମିଳିତ ସହଯୋଗରେ ଜୁଲାଇ ୧୬ରୁ ୨୩ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ୧୦ଟା ପର୍ଯ୍ୟନ୍ତ ଭଜନ ସନ୍ଧ୍ୟା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଏହାକୁ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ଶୁଭ ଉଦଘାଟନ କରିଥିବା ସମୟରେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ଏବଂ କୃତୀ କଳାକାରମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ଭକ୍ତି ଭାବଧାରା ଉପରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ପ୍ରଥମ ଦିବସରେ ଖୋର୍ଦ୍ଧାର କୁନି କଳାକାରମାନଙ୍କ ଦ୍ୱାରା ଗୋଟିପୁଅ ଓ ବାରିପଦାର ସଙ୍ଗୀତ ସାଗର ପକ୍ଷରୁ ଭଜନ ପରିବେଶିତ ହୋଇଥିଲା । ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଜୁଲାଇ ୧୭ରେ ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟୋଜିତ ରାଜଶ୍ରୀ କଳାପରିଷଦ, ୧୮ରେ ସିଫୋନୀ ଭଜନ ସଂସ୍ଥା, ୧୯ରେ ରଶ୍ମୀ ରଞ୍ଜନ ପଣ୍ଡା ଓ ସାଥୀ, ୨୦ରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଜାତା ରଥ ଓ ସାଥୀ, ୨୧ରେ ଗୋବିନ୍ଦ୍ର ଚନ୍ଦ୍ର ଓ ସାଥୀ, ୨୨ରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁବାଷ ଦାସ ଓ ସାଥୀ ଏବଂ ଶେଷ ସନ୍ଧ୍ୟାରେ ବିଶ୍ୱନାଥ ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ଭଜନ, ଦାସକାଠିଆ, ପାଲା ଆଦି ସହିତ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.