ଭୁବନେଶ୍ୱର(ଶାସକ ପ୍ରଶାସକ)-ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନାଗିରି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିା ବୈଠକରେ ମନ୍ତ୍ରୀ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳସେଚନ, ଗମନାଗମନ, ମୋବାଇଲ୍ ନେଟ୍ଓ୍ୱାର୍କ ସେବା, ଜୀବନଜୀବିକା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଆଦି ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜିଲ୍ଲାର ବିକାଶଧାରାକୁ ଆଗେଇ ନେବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦେଉଥିବାବେଳେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ
ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା, ମାଲକାନଗିରି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନୟନ ସମୀକ୍ଷା ବୈଠକ ମନ୍ତ୍ରୀ, ଶ୍ରୀ ବେହେରା ସମସ୍ତ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ବିଭାଗ ଅନ୍ତର୍ଗତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ନୂତନ ପଦେକ୍ଷେପ ଯଥା, ବିଦ୍ୟାଳୟର ରୂପରେଖା ପରିବର୍ତ୍ତନ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଡ଼ିପିସି ଏବଂ ଡ଼ିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ।ନ୍ୱୟନ ଅଗ୍ରଗତି ସମୀକ୍ଷା କରାଯାଇ ସେଗୁଡିକୁ ଯଥା ଶୀଘ୍ର ସମ୍ପୂର୍ଣ କରିବା ଉପରେ ଗୁରୁତ୍ଵାରୋପ କରାଗଲା। ପୁନଃଅଚଳ ହୋଇ ରହିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ତଥା ଅସମ୍ପୂର୍ଣ ଥିବା କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ କୁ ସମୁର୍ଣ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦ୍ଦେର୍ଶ ଦିଆଯାଇଥିଲା |
ବୈଠକ ରେ ଉପାନ୍ତ ଅଞ୍ଚଳ ଏବଂ ଆନ୍ତଃରାଜ୍ୟ ସୀମାରେ ଥିବା ଗ୍ରାମ ଗୁଡିକ ପାଇଁ ରାସ୍ତା ଓ ଗମନ ଗମନ ର ସୁବିଧା ଏବଂ ଶିକ୍ଷା ଦିଗରେ ଅଧିକ ଗୁରୁତ୍ଵ ଦେବାକୁ ମତପ୍ରକାଶ ପାଇଥିଲା ଏବଂ ଅନୁରୂପ ଭାବେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ବୈଠକରେ ଉପସ୍ଥିତ ଥିବା ଅତିଥିଗଣ ହେଲେ ବିଧାୟକ, ଚିତ୍ରକୋଣ୍ଡା, ଅଧକ୍ଷ, ଜିଲ୍ଲାପରିଷଦ, ମାଲକାନଗିରି, ଜିଲ୍ଲାପାଳ, ମାଲକାନଗିରି, ବନଖଣ୍ଡ ଅଧିକାରୀ, ମାଲକାନଗିରି, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା, ମାଲକାନଗିରି, ଉପ-ଜିଲ୍ଲାପାଳ, ମାଲକାନଗିରି, ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟ।ଳୟ, ମାଲକାନଗିରି ଏବଂ ଅନ୍ୟ।ନ ବିଭାଗିୟ ଅଧିକାରୀ ଉପସ୍ଥିତ ରହିଥିଲେ। ଶେଷରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା, ମାଲକାନଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।