ଦେବରାଜ ବିଦ୍ୟାପୀଠ ସଭାଗୃହ କକ୍ଷକୁ ଉଦ୍ଘାଟନ କଲେ ଭୁବନେଶ୍ୱର ମଧ୍ୟ ବିଧାୟକ

0 1

ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଦେଲେ ସହାୟତାର ପ୍ରତିଶ୍ରୁତି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବମିଖାଲ ସ୍ଥିତ ଦେବରାଜ ବିଦ୍ୟାପୀଠ ସଭାଗୃହ କକ୍ଷକୁ ଆଜି  ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ପ୍ରଧାନ ଶିକ୍ଷକ ମଧୁସୂଦନ ଦେ ଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ  ଚଳିତ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ଲିଜାରାଣୀ ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଲିଜାରାଣୀ ଗୌଡ଼ ଜଣେ ଗରିବ ମେଧାବୀ ଛାତ୍ରୀ ହୋଇଥିବାରୁ ବିଧାୟକ ତାଙ୍କର ପାଠ ପଢାରେ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ସଭାରେ ବମିଖାଲ ୱାର୍ଡ -31 ର ପୂର୍ବତନ କର୍ପୋରେଟର କୁମରେନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଅଭିଭାବକ ସଙ୍ଘ ସଭାପତି କୁନୁମୁନି ପାତ୍ର, ଦେବରାଜ ବିଦ୍ୟାପୀଠ ର ଶିକ୍ଷକ ମାନେ, ଦେବରାଜ ବିଦ୍ୟାପୀଠ ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲିଜାରାଣୀଙ୍କୁ ପାଠ ପଢାରେ ସାହାଯ୍ୟ ସ୍ୱରୂପ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ପରେ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟ କୁ ସମ୍ମାନୀୟ ବିଧାୟକ  ବୃକ୍ଷ ରୋପଣ କରି ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ |

ଆଜିର ଏହି ଉଦଘାଟନୀ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ,ପୂର୍ବତନ କର୍ପୋରେଟର ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବକ, ମହିଳା ମାନେ ଅଂଶ ଗ୍ରହଣ କରିଥିଲେ |

Leave A Reply

Your email address will not be published.