” ଗର୍ଭଧାରଣରେ ଆଗୁଆ, ସନ୍ତାନ ପ୍ରସବରେ ଶୂନ “

0 2

ଫନି କ୍ଷତିଗ୍ରସ୍ତକୁ ଥଇଥାନ ଏବଂ ବାସହରାଙ୍କୁ ଘର ଯୋଗାଇବା ପ୍ରସଙ୍ଗ 

ଭୁବନେଶ୍ୱର : ୨୦୧୯ ମସିହା ମେ ୩ ତାରିଖରେ ମହାବାତ୍ୟା ଫନିର ପ୍ରଭାବରେ ରାଜ୍ୟର ୧୪ ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ପୂରୀ ଜିଲ୍ଲାର ସମଗ୍ର ୧୧ଟି ବ୍ଲକ ଧସ୍ତବିଧ୍ୱସ୍ତ ହୋଇଯାଥିଲା । ରାଜ୍ୟ ସରକାର ବାତ୍ୟାର ଦିନକ ପରେ ବାତ୍ୟା କ୍ଷତିଗ୍ରସ୍ତ ଚିହ୍ନଟ ଆରମ୍ଭ କରିଥିଲେ । ସୂଚନା ଅଧିକାର ତଥ୍ୟ ଯାହା କହୁଛି ଏବେ ମଧ୍ୟ ତାହା •ଲୁ ରହିଛି । ରାଜ୍ୟ ସରକାର ୧୪ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ  ପକ୍କାଘର ଯୋଗାଇ ଦେବାପାଇଁ ଦୁଇବର୍ଷ ହେଲା ପ୍ରୟାସ ଆରମ୍ଭ କରିଛନ୍ତି । ପଂଚାୟତରାଜ ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବ୍ଲକ ଅଧିକାରୀଙ୍କ ସମନ୍ୱୟର ଅଭାବ ହେଉ କି କେହି କାହାକୁ ବିଶ୍ୱାସକୁ ନନେବା କାରଣରୁ ହେଉ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ଯୋଗୁଁ ଏବେ ମଧ୍ୟ କେଉଁମାନେ ପକ୍କାଘର ଖଣ୍ଡେ ପାଇବେ ତାହାର ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ ବୋଲି କଂଗ୍ରେସ କହିବା ସହିତ ରାଜ୍ୟ ସରକାର କେବଳ  ଗର୍ଭଧାରଣ  କରିବାରେ ସିଦ୍ଧହସ୍ତ । କିନ୍ତୁ ଛୁଆଜନ୍ମ କରିବା ଘର ଶୂନ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବେ ରାଜ୍ୟ ସରକାରଙ୍କୁ ତଥ୍ୟଭିତିକ ନିଶାଣ କରିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଗତ ୯.୭.୨୦୨୧ ପଂଚାୟତ ରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଧଶକ ଏବଂ ସମସ୍ତ ବିଡ଼ିଓକୁ ପତ୍ର ମାଧ୍ୟମରେ ପକ୍କାଘର ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ଅନୁଭବ କରିବା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ତଦନ୍ତ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ତାଲିକାରେ ଯୋଡ଼ିବା ପାଇଁ ସ୍ପଷ୍ଟ ଉଲ୍ଲେଖ କରିଥିଲେ । କିନ୍ତୁ ଠିକ ୭ ଦିନ ପରେ ଅର୍ଥାତ ତା ୧୫.୭.୨୦୨୧ ରିଖ ରେ  ସେହି ବିଭାଗ ତା. ୯.୭.୨୦୨୧ ରିଖରେ ଦିଆଯାଇଥିବା ଚିଠିକୁ ଅକାମି କରି ନୂତନ ନିଦେ୍ର୍ଧଶନାମା ଜାରିକରି କହିଲେ ଜିଲ୍ଲା ଅଧିକାରୀ ଏବଂ ବ୍ଲକସ୍ତରର ଅଧିକାରୀମାନେ କେବଳ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ଦେବା ପାଇଁ ଏବଂ ପୂର୍ବ ଚିଠିରେ କୁହାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସଂଯୋଗ କରିବା କଥା କହିଲେ ନାହିଁ । ଏଠାରେ ଗୋଟାଏ କଥା କୁହାଯାଇପାରେ କିଛି ନିର୍ଦ୍ଧିଷ୍ଟ ଅଧିକାରୀ ରାଜନେତାଙ୍କ କଳାକାରନାମା ଯୋଗୁଁ ଏବେ ରାଜ୍ୟରେ ଲକ୍ଷଲକ୍ଷ ବାସହରା ଘର ପାଇବାରୁ ବଂଚିତ ହେଉଛନ୍ତି ଏବଂ ତାଠାରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଫନି ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଯାହା ସୂଚନା ଅଧିକାର ତଥ୍ୟ କହୁଛି ।  ରାଜ୍ୟ ସରକାର ତୁରନ୍ତ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଚୂଡ଼ାନ୍ତ କରନ୍ତୁ । ପକ୍କାଘର ତାଲିକାରେ  ଅଯୋଗ୍ୟ ହିତାଧିକାରୀଙ୍କୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ପକ୍କାଘର ଯୋଗାଇ ଦିଅନ୍ତୁ ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ  ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.