କୋଇଲା ମାଫିଆଙ୍କ ଦ୍ଵାରା ଯୁବକଙ୍କୁ ଆକ୍ରମଣ ; ଥାନାରେ ମାମଲା , ଅସାମୀକୁ ଧରିବାରେ ପୁଲିସ ବିଫଳ!  

0 2

ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ)-: ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଥାନା ମାନଙ୍କରେ ନ୍ୟାୟ ମିଳୁନାହିଁ, ଅଭିଯୋଗକାରୀ ନ୍ୟାୟ ପାଇଁ ଥାନା ଓ ଏସପିଙ୍କ ଅଫିସ ବୁଲୁଥିବା ବେଳେ ଆସାମୀ ମାନେ ନିର୍ଭୟରେ ବୁଲୁଥିବା ଦେଖିବାକୁ ମିଳୁଛି। ଏପରି ଅବସ୍ଥାରେ କିଛି ମାମଲା ସମାଧାନ ହେଉଥିବା ବେଳେ ଆଉ କିଛି ନ୍ୟାୟ ନପାଇଁ ଏସପିଙ୍କ ଦ୍ବାରସ୍ଥ ହେଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଦ୍ରକ ସାବରଙ୍ଗ ଥାନା ଅଞ୍ଚଳରେ । ଭଦ୍ରକ ଇଚ୍ଛାପୁର ଅଞ୍ଚଳର ପ୍ରତାପ ବେହେରା ନାମକ ଯୁବକ ଦୋଳସାହି ରୁ ଘରକୁ ଫେରୁଥିବା ବେଳେ ୮ରୁ /୧୦ ଜଣ କୋଇଲା ମାଫିଆ ଆସି ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଘଟଣା ତାଙ୍କ ସ୍ତ୍ରୀ କନକଲତା ବେହେରା ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସ୍ଵାମୀକୁ କୌଣସି କାରଣ ନଥାଇ ରାସ୍ତାରେ ଅଟକାଇ  ଆକ୍ରମଣ କରିବା ସହିତ ୧୩ ହଜାର ଟଙ୍କା ଏବଂ ଏକ ଦାମିକା ମୋବାଇଲ ଛଡାଇ ନେଇଛନ୍ତି । ତାଙ୍କ ମୋବାଇଲରେ ଥିବା ସମସ୍ତ ବ୍ୟକ୍ତିଗତ ଫୋଟ ଓ ଭିଡିଓ କୁ ଅନ୍ୟ ମାନଙ୍କୁ ଦେଇ ଭାଇରାଲ କରୁଥିବା ଘଟଣା ସେମାନଙ୍କୁ ମର୍ମାହତ କରିଛି ।  ଏହି ଘଟଣା ୧୮/୦୭/୨୦୨୧ ହୋଇଥିବା ବେଳେ ପୁଲିସ ଆସାମିକୁ ଗିରଫ କରିବାରେ ଫେଲ ମାରୁଛି । ଏପରି ଘଟଣା କୁ ନେଇ ତାଙ୍କ ପତ୍ନୀ କନକ ଲତା ଭଦ୍ରକ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସପି ତାଙ୍କ ଅଭିଯୋଗ ଶୁଣିବା ପରେ ଅସାମୀକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି ପରେ ପିଢିତା ଲୋକେ ଘରକୁ ଫେରିଛନ୍ତି।

Leave A Reply

Your email address will not be published.