ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଂସିର ଗ୍ରାମର ସାଗର ରଣା ଏବଂ ତାଙ୍କ ପରିବାର ସୁଦୂର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ନନ୍ଦୋର ଗ୍ରାମର ଏକ ଇଟା ଭାଟିରେ କାମ କରିବା ପାଇଁ ଯାଇଥିଲେ | ସେଠାରେ ଦୀର୍ଘ ୬ ମାସ କାମ କଲାପରେ କେବଳ ୧୦ ହଜାର ଟଙ୍କା ପାଉଣା ଦେଇ ଅବଶିଷ୍ଟ ଟଙ୍କା କୁ ପରେ ଦେବା ପାଇଁ କହି ଇଟାଭାଟି ମାଲିକ ସାଗର ଏବଂ ତାଙ୍କ ପରିବାରକୁ ତାଙ୍କ ଘର କାଇଁସିରକୁ ପଠେଇ ଦେଇଥିଲେ | ଏମିତି ଅନେକ ଦିନ ବିତିଯାଇଥିଲେ ମଧ୍ୟ ସାଗରଙ୍କୁ ତାଙ୍କ ଟଙ୍କା ମିଳୁନଥିବା ଯୋଗୁଁ ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ | ଅନ୍ୟ ପକ୍ଷରେ ଆଗରୁ ଆଣିଥିବା ଧାର କରଜ ଯୋଗୁଁ ସାହୁକାରମାନେ ଉକ୍ତ ପରିବାରକୁ ଅକଥନୀୟ ଅତ୍ୟାଚାର କରୁଥିଲେ | ଏହି ବିଷୟ ଜାଣିବା ପରେ ତାଙ୍କ ଗ୍ରାମର ଜଣେ ସ୍ୱେଚ୍ଛାସେବୀ ପୂର୍ଣାନନ୍ଦ ପାତ୍ର ସାଗରଙ୍କୁ ସହାୟତା ପାଇଁ ଚେଷ୍ଟା କରିଥିଲେ ,ସେ ବରପାଲି ପୋଲିସ ଥାନାରେ ଏକ ଏତାଲା ଦେବାପାଇଁ ସାଗରକୁ କହିଥିଲେ କିନ୍ତୁ ଯେହେତୁ ଏହା ଶ୍ରମ ବିଭାଗର କାର୍ଯ୍ୟ ସେଠାରେ ଏତାଲା ରଖାଗଲା ନାହିଁ. ପରେ ସାମାଜିକ ଗଣମାଧ୍ୟମ ଜରିଆରେ ହଜାର ହଜାର ଲୋକଙ୍କୁ ସହାୟତା କରୁଥିବା ପାଇକମାଲ ଅଂଚଳର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ କୌଣସି ମତେ ଯୋଗାଯୋଗ କରିଥିଲେ | ସେ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରି ସହାୟତା ପାଇଁ ଆଗେଇ ଆସିଥିଲେ, ସାଗରଙ୍କୁ ଠାରୁ ତଥ୍ୟ ସଂଗ୍ରହ କଲାପରେ ଓଡ଼ିଶା ସରକାର ଶ୍ରମ ବିଭାଗ, ତେଲେଙ୍ଗାନା ସରକାର ତଥା ତେଲେଙ୍ଗାନା ପୋଲିସକୁ ମଙ୍ଗଳବାର ସକାଳେ ଯୋଗାଯୋଗ କରିଥିଲେ | ତେଲେଙ୍ଗାନା ପୋଲିସ ଉକ୍ତ ଘଟଣାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଏକ ପୋଲିସ ଦଳ ଉକ୍ତ ଇଟାଭାଟି ମାଲିକଙ୍କ ଘରକୁ ଯାଇ ତନାଘନା କଲାପରେ ଘଟଣା ଟି ସତ୍ୟ ବୋଲି ଜାଣିଥିଲେ ଏବଂ ଇଟାଭାଟି ମଳିକକୁ ତୁରନ୍ତ ବକେୟା ୭୪ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ| ଏହାପରେ ଉକ୍ତ ଇଟାଭାଟି ମାଲିକ ଅନ୍ଲାଇନ ମାଧ୍ୟମରେ ଅପରାହ୍ନ ୨.୧୨ ସମୟରେ ଟ୍ରାନ୍ସଫର କରିଥିଲେ. ଦୀପାଙ୍କ ଏହି ଉଦ୍ୟମ ପାଇଁ ଆଜି ଏକ ଅସହାୟ ପରିବାର ମୁହଁରେ ହସ ଫୁଟିପାରିଥିବାରୁ ସାଗରଙ୍କ ପରିବାର ତଥା ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post