ଅସହାୟ ସୁମନ୍ତ ଧରୁଆଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଯୁବ ଦଳିତ ସେବକ ସଂଗଠନ ।

0 2

ପଦ୍ମପୁର(ଶାସକପ୍ରଶାସକ)-ଯେଉଁ ବୟସରେ ଖାତା, କଲମ ଧରି ପାଠ ପଢିବା କଥା, ସେହି ବୟସରେ ପାଉଁରୁଟି ବିକି ପରିବାର ଚଳାଇବାକୁ ପଡୁଛି। ୧୨ବର୍ଷର କଁଅଳ ପରିବାରର ବୋଝ ପଡ଼ିଛି। ବାପା-ମା’ ଛେଉଣ୍ଡ ୧୨ ବର୍ଷର ସୁମନ୍ତ ଧରୁଆ ନିଜର ତିନି ଭାଇ ଭଉଣୀ ଓ ଅଜା ଆଈଙ୍କ ପେଟରେ ଦାନା ଦେବା ପାଇଁ କରୁଛି ସଂଘର୍ଷ । ସୁମନ୍ତଙ୍କ ବାପା କାଶୀ ଧରୁଆଙ୍କ ୯ବର୍ଷ ତଳେ ଜୀବନ ଚାଲିଗଲା। ବାପାଙ୍କ ମୃତ୍ୟୁ ପରେ ମା’ ତପସ୍ବିନୀ ଧରୁଆ ଚାରି ଛୁଆଙ୍କୁ ଛାଡ଼ି କୁଆଡେ ଚାଲି ଯାଇଛନ୍ତି ସେହି ଦିନଠୁ ବୃଦ୍ଧ ଅଜା ଆଇଙ୍କ ପାଖରେ ରହି ଆସୁଛନ୍ତି ଅସହାୟ ଚାରି ଭାଇଭଉଣୀ । ବର୍ତ୍ତମାନ ଅଜା ଆଇ ବୄଦ୍ଧା ବସ୍ଥା କାରଣରୁ କାମଧନ୍ଦା କରି ପାରୁ ନାହାଁନ୍ତି । ଶେଷରେ ପରିବାର ପୋଷଣ କରିବା ପାଇଁ ସୁମନ୍ତ ଧରୁଆ ପାଉଁରୁଟି ବିକ୍ରି କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ପାଇ ସହାୟତାର ହାତ ବଢାଇଛନ୍ତି ଯୁବ ଦଳିତ ସେବକ ସଂଗଠନ ପଦ୍ମପୁର । ଏହି ସଂଗଠନର ସ୍ବେଚ୍ଛାସେବୀ ମାନେ ଅସହାୟ ପରିବାରଙ୍କୁ ଭେଟି ଗୋଟିଏ ମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସଂଗଠନର ବିହାରୀ ଛତର,ଟୁନୁ ବାଗ,ତରଣୀ ସୁନା,ପ୍ରମୋଦ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.