ପଦ୍ମପୁର : ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ପରାମର୍ଶ ଅନୁସାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଦ୍ମପୁର NAC, ପଦ୍ମପୁର ବ୍ଲକ, ପାଇକମାଳ ବ୍ଲକ୍ ଓ ଝାରବନ୍ଧ ବ୍ଲକର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି । ଏହା ସହିତ ନୂତନ ବ୍ଲକ୍ କମିଟିରେ ବ୍ଲକ୍ ସଭାପତି ସମେତ ୫ ଜଣ ବ୍ଲକ୍ ଉପସଭାପତି,୧୦ଜଣ ବ୍ଲକ୍ ସାଧାରଣ ସମ୍ପାଦକ,୧୦ ଜଣ ସମ୍ପାଦକ ଏବଂ ୧ ଜଣ ଆଇଟି କୋଡିନେଟର୍ ନିଯୁକ୍ତି ପାଇଛନ୍ତି। ଏହି ନୂତନ କମିଟି ଫଳରେ ଯୁବ ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ବୃଦ୍ଧି ପାଇବ । ନବ ନିଯୁକ୍ତ ସମସ୍ତ କର୍ମକର୍ତ୍ତା ମାନେ ପ୍ରତକ୍ଷ ଭାବରେ ଲୋକଙ୍କର ସେବା କରିବା ସହିତ ସରକାର ଙ୍କର ସମସ୍ତ ଯୋଜନାକୁ ତୃଣମୂଳ ସ୍ତର ପର୍ଯନ୍ତ କାର୍ଯକାରୀ କରାଇବା ପାଇଁ ପ୍ରାୟସ କରବା ସହିତ ଦଳକୁ ସୁଦୃଡ଼ କରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।ଏଥିସହ ବିଜୁ ଯୁବ ଜନତା ଦଳ ବରଗଡ଼ ଜିଲ୍ଲା ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲା ସ୍ତରୀୟ ସମସ୍ତ କର୍ମକର୍ତ୍ତା ।
Sign in
Sign in
Recover your password.
A password will be e-mailed to you.
Next Post