ପ୍ରବିତ୍ର ଗୁରୁପୂର୍ଣ୍ଣିମା ସହ ପ୍ରତିଷ୍ଠା ଦିବସ ପାଳନ କଲେ ବେଦ ପାଠଶାଳାର କର୍ମକର୍ତ୍ତା 

0 2

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ : ପବିତ୍ର ଗୁରୁପୂର୍ଣ୍ଣମା ଅବସର ରେ ଶନିବାର ଦିନ  ରଣପୁର ଏ ନ ସି ନିକଟସ୍ଥ ଲାଖପଡ଼ାସ୍ଥିତ   କୃଷ୍ଣ ଦୈପାୟନ ବେଦ ପାଠଶାଳାପରିସରରେ ପବିତ୍ର ଗୁରୁପୂର୍ଣ୍ଣମା ଦିବସକୁ କର୍ମକର୍ତ୍ତା ନିରାଡ଼ମ୍ବର ଭାବେ  ପାଳନ କରିଥିବା ଦେଖିବାକୁ ମିଳିଛି | ଏହି ଦିବସ ଟି ବେଦ ପାଠଶାଳା ର ପ୍ରତିଷ୍ଠା ଦିବସ ହୋଇଥିବା ସହ ଶ୍ରୀମଦ ବ୍ୟାସଦେବ ଙ୍କ ଜନ୍ମ ଦିବସ ହୋଇ ଥିବାରୁ ପ୍ରତେକ ବର୍ଷ ଏହାକୁ ଗୁରୁପୂର୍ଣ୍ଣିମା ଦିବସ ରୂପେ ପାଳନ କରାଯାଇ ଥାଏ |  ଚଳିତ ବର୍ଷ  ଏହି ଅବସରରେ ବେଦ ପାଠଶାଳା ପରିସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭା କାର୍ଯ୍ୟକୁ ଡ଼. ସତ୍ୟନାରାୟଣ ମିଶ୍ର ପୌରହିତ କରିଥବା ବେଳେ ସ୍ଥାନୀୟ ଅଞ୍ଚଳର ବରିଷ୍ଟ ଶିକ୍ଷାବିତ ମଦନମୋହନ ପଣ୍ଡା, ଅବସରପ୍ରାପ୍ତ ପ୍ରାଧ୍ୟାପକ  ବିଜୟ କୁମାର ଯେନା, ଅଧ୍ୟାପକ ସୁଧାକର ପଣ୍ଡା, ପ୍ରାଧ୍ୟପକ ଚନ୍ଦ୍ରଭାନୁ  ପାଇକରାୟ ଆନୁଷ୍ଠାନିକ ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ବେଦ ର  ଉତ୍ପତ୍ତି, ଦୈନଦିନ ଜୀବନରେ ତଥା କରୋନା ମହାମାରୀ ସମୟରେ ବେଦ ପାଠ କରିବା ଦ୍ୱାରା କିଭଳି ମଣିଷ ସମାଜ ଆରୋଗ୍ୟ ଓ ସୁସ୍ତ ଜୀବନରେ ସହାୟକ  ହେବ ଏବଂ  ଭାରତ ବର୍ଷରେ ଗୁରୁ ଛାତ୍ର ସମ୍ପର୍କ ବିଷୟରେ ଛାତ୍ର ମାନଙ୍କୁ  ବିଷଦଭାବେ ଆଲୋଚନ କରିଥିଲେ, ସଭା ଆରମ୍ଭ ରୁ ପାଠଶାଳ ର ସମ୍ପାଦକ ଅଶୋକ କୁମାର ମହାପାତ୍ର ସମସ୍ତ ଅତିଥି ମାନକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ବେଦ ପାଠଶାଳାର  ଗୁରୁଜୀ ଶ୍ରୀ ଜଗନ୍ନାଥ ମହାପାତ୍ର ଓ ବିଦ୍ୟାର୍ଥୀମାନେ ସଭା କାର୍ଯ୍ୟ ଆରମ୍ଭରେ ଗୁରୁ ବନ୍ଦନା,  ବ୍ୟାସ ବନ୍ଦନା ଓ ବେଦ ମନ୍ତ୍ର ଆଦି ପାଠ କରିଥିଲେ | ପରିଶେଷ ରେ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ !

 

Leave A Reply

Your email address will not be published.