ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଥିଲେ ଦକ୍ଷିଣାଞ୍ଚଳ ଓଡ଼ିଶାର  ଜଣେ ଆଗଧାଡିର ବରିଷ୍ଠ କଳାକାର।

0 2

ଦିବଙ୍ଗତ ବଟ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଭିନ୍ନ ସଙ୍ଗଠନ ପକ୍ଷର ଭର୍ଚୁଆଲ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଆଭାସୀ (Virtul)ମାଧ୍ୟମରେ ଏକ ଅଶ୍ରୁଳ ଭକ୍ତିସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।  ଉକ୍ତ କାର୍ଯ୍ୟକ୍ରମରେ ଭାଗବତ ପାଢ଼ୀ , ରାଜେଶ ପାତ୍ର , ରୂପେଶ ପାତ୍ର , ରାଜଶ୍ରୀ ପାତ୍ର , ରିତା ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର , ଆଶାଲତା ପାଣିଗ୍ରାହୀ , ତନୁଜା ଶତପଥୀ , ଗୀତାଞ୍ଜଳି ରଥ , ଡାକ୍ତର ମୁର୍ମୁ , ନିତ୍ୟାନନ୍ଦ ଚୋଧୁରୀ ପ୍ରଭୃିତି ଯୋଗଦେଇ ଅମ୍ଳାନ ପ୍ରତିଭାଧର  ମଞ୍ଚରତ୍ନ ବଟକୃଷ୍ଣ ପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। 

ସ୍ବର୍ଗତ ବଟକୃଷ୍ଣ ପାତ୍ରଙ୍କ ପ୍ରତିଷ୍ଠିତ ସୃଜନିକା ଯୁବ ପରିଷଦ ଦ୍ବାରା ତାଙ୍କର ଲିଖିତ ତେର ଗୋଟି ପାଣ୍ଡୁଲିପିର କେତୋଟି ନାଟକ ଛପିବାପାଇଁ ପଦକ୍ଷେପ ନିଆଗଲା। ଶେଷରେ ତନୁଜା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.