ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :-ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘଡେଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେତେକ ତଥ୍ୟ ଆମର ହସ୍ତଗତ ହୋଇଛି, ଏ ନେଇ କିଛି ଦିନ ତଳେ ଉତ୍ୟକ୍ତ ଗ୍ରାମବାସୀ ମାନେ ମେଘଡେଗା ଗ୍ରାମ ପଞ୍ଚାୟତ ଅଫିସରେ ତାଲା ମାରିଦେଇଥିଲେ, ପ୍ରକୃତରେ ଦେଖିବାକୁ ଗଲେ ଗ୍ରାମବାସୀ ମାନେ ଯୋଉ ଅଭିଯୋଗ କରିଛନ୍ତି ତାହା ଅତ୍ୟନ୍ତ ସାଙ୍ଘାତିକ, ସରପଞ୍ଚ, ଗାଁ ସାଥୀ, GRS, ହିତାଧିକାରୀଙ୍କୁ ଘର ଠିକାଦାରଙ୍କୁ ଠିକା ଦିୟ ନହେଲେ ତାଙ୍କ ନାମ ଲିଷ୍ଟ ରୁ କଟିଯିବ କହି ବିଭିନ୍ନ ଠିକାଦାରଙ୍କୁ ନିଯୁକ୍ତି ଦେଇଥିଲେ, କିନ୍ତୁ ଠିକାଦାର ଏହି ହିତାଧିକାରୀଙ୍କ ଘର ସବୁ ଅଧା କରି ସମ୍ପୂର୍ଣ୍ଣ ଟଙ୍କା ଉଠେଇ ନେଇଥିବା ଜଣା ପଡିଛି, କାହାର ଘରର ପାଣି ଗଳୁଛି ତ କାହା ଘର ପଲସ୍ତରା ହୋଇନି, କାହାର କବାଟ ଲାଗିନି ତ କାହାର ଝରକା ନାହିଁ, ଅତ୍ୟନ୍ତ ନିମ୍ନ ମାନର କାମ ଏହି ଦୁର୍ନୀତିକୁ ବଖାଣୁଛି ଯୋଉଠି ସରକାରୀ କର୍ମଚାରୀ ମଧ୍ୟ ସିଧାସଳଖ ସମ୍ପୃକ୍ତିର ଗନ୍ଧ ଆସୁଛି, କଟ୍ରା,ମେଘଡେଗା, ତିନିକୁଡା, ମାଂଜେନମାଟି ପ୍ରଭୁତି ସହ ସହ ହିତାଧିକାରୀଙ୍କ ଘର ଏଭଳି ଅଧପନ୍ତରିଆ କରି ଛାଡି ଦିଆଯାଇଛି, ଗରିବ ଗ୍ରାମବାସୀ ଏ ନେଇ ଯେତେ ଅଭିଯୋଗ କଲେ ଭି ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି, ନିଜର ହତଭାଗ୍ୟ କୁ ଆଦରି ଚୁପ ରହି ଯାଉଛନ୍ତି ନିରୀହ ଗ୍ରାମବାସୀ, ରାତାରାତି ମାଲେମାଲ ହଉଛନ୍ତି ଠିକାଦାର, ସରକାରୀ କର୍ମଚାରୀ, ସରପଞ୍ଚ. କିନ୍ତୁ ଗରିବ ଗ୍ରାମବାସୀଙ୍କୁ ସରକାର ଦେଇଥିବା ଘର ଟି ଅସମ୍ପୂର୍ଣ ରହି ଯାଉଛି |
Sign in
Sign in
Recover your password.
A password will be e-mailed to you.
Next Post