ଇଣ୍ଡିଆନ ହେଣ୍ଡିକ୍ରାଫ୍ଟ ଏଣ୍ଡ ହେଣ୍ଡଲୁମ ମେଳା ଉଦଘାଟିତ

0

ବାରିପଦା(ଦିଲୀପ ମହାନ୍ତି )- ବାରିପଦାର ଛଉପଡିଆ ନିକଟ କଲେଜ ପଡିଆ ପରିସରରେ ଇଣ୍ଡିଆନ ହେଣ୍ଡିକ୍ରାଫ୍ଟ ଏଣ୍ଡ ହେଣ୍ଡଲୁମ ମେଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ତଥା ଓଡିଶା ସରକାରଙ୍କ ପୂର୍ବତନ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଳାକୁ ବିଧିବଦ୍ଧ ଭାବେ ଉଦଘାଟନ କରିବା ସହିତ ହସ୍ତତନ୍ତ ବସ୍ତ୍ର ତଥା ହାତ ତିଆରି ଦ୍ରବ୍ୟର ଚାହିଦା ଦିନକୁ ଦିନ ବଢୁଥିବା ବେଳେ ବାରିପଦାରେ ପ୍ରଥମ ଥର ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ଦ୍ରବ୍ୟର ମେଳା ଲାଗିଥିବାରୁ ବାରିପଦା ବାସୀ ତଥା ଆଗନ୍ତୁକ ମାନେ ଗୋଟିଏ ଛାତତଳେ ବିଭିନ୍ନ ରାଜ୍ୟର ଜିନିଷ କ୍ରୟ କରିପାରିବେ ବୋଲି କହିଥିଲେ  ଏବଂ ଉକ୍ତ ମେଳାର ଆୟୋଜନ ନିମନ୍ତେ ଆୟୋଜକ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ମେଳାରେ ପ୍ରାୟ ୫୦ରୁ ଉର୍ଦ୍ଧ ଷ୍ଟଲ ଲାଗିଥିବା ବେଳେ ହରିଆନା, କାଶ୍ମୀର, ପଞ୍ଜାବ, ମହାରଷ୍ଟ୍ର, ବନାରସ, ମାଡ୍ରାସ, ବମ୍ବେ, ଦିଲ୍ଲୀ, ପଶଂଚିମ ବଙ୍ଗ, ଓଡିଶା, କର୍ଣ୍ଣାଟକ, ଲୁଧିଆନା ଆଦି ସ୍ଥାନରୁ ଦୋକାନୀ ମାନେ ଆସି ନିଜନିଜର ହସ୍ତତନ୍ତ ବସ୍ତ୍ର ଓ ହସ୍ତ ନିର୍ମିତ ସାମଗ୍ରି ରହିଥିବା ସମୟରେ ଏହା  ଅଗଷ୍ଟ ୫  ପର୍ଯ୍ୟନ୍ତ ଚାଲିବ ବୋଲି ମେଳାର ଆୟୋଜକ ପ୍ରଶାନ୍ତ ମଲ୍ଲିକ ଜଣାଇଛନ୍ତି । 

Leave A Reply

Your email address will not be published.