ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୁଖ୍ୟ ବିଚାରୀ ବିଭାଗୀୟ ମାଜିଷ୍ଟେ୍ରଟ ଡ଼କ୍ଟର ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ତେଲିବିଲା ଗ୍ରାମର ଆକୁଲ ମହାନ୍ତଙ୍କ ପୁଅ ବୁଲୁ ଓରଫ ଡମ୍ବରୁଧର ମହାନ୍ତ(୪୦), ବନମାଳି ମହାନ୍ତଙ୍କ ପୁଅ ଟୁକୁନା ମହାନ୍ତ(୩୧) ଓ କଦଳୀବାଡ଼ିଆ ଗ୍ରାମର ସ୍ୱର୍ଗତଃ ରମେଶ ଚନ୍ଦ୍ର ମହାନ୍ତଙ୍କ ପୁଅ ଗୁଲସନ ଓରଫ ପ୍ରଭାତ ଚନ୍ଦ୍ର ମହାନ୍ତଙ୍କୁ ଆଇପିସି ଧାରା ୩୨୫ ଓ ୩୪ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ଶହ ଟଙ୍କା ଜୋରିମାନା ଏବଂ ଅନାଦେୟରେ ଅଧିକ ଏକ ମାସ ସଶ୍ରମ କାରାଣ୍ର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଚ୍ଚାପଡ଼ିଛି, ୨୦୧୩ ଜୁନ ୧୦ରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡ଼ଗାଁ ପଞ୍ଚାୟତର କଣ୍ଟାଶୋଲା ଗ୍ରାମ ଜନ୍ମେଜୟ ମହାନ୍ତଙ୍କ ବଡ଼ ପୁଅ ବନମାଳୀ ମହାନ୍ତ ତାଙ୍କର ଶ୍ୱଶୁର ଘର ଶାମାଖୁଣ୍ଟା ବ୍ଲକର ସିନ୍ଦୁରଗୌରା ପଞ୍ଚାୟତର କେନ୍ଦୁସାହିକୁ ବୁଲିବାକୁ ଆସି ପରବର୍ତ୍ତି ଦିନ ଅର୍ଥାତ୍ ଜୁନ ୧୧ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରୁଥିଲା । ଏହି ସମୟରେ ରାସ୍ତାରେ କୌଣସି କାରଣରୁ ଅଭିଯୁକ୍ତମାନେ ଜନ୍ମେଜୟଙ୍କ ବଡ଼ ପୁଅ ବନମାଳୀକୁ ଆକ୍ରମଣ କରିଥିଲେ ଏବଂ ମରିଯାଇଥିବାର ଭାବି ନିକଟସ୍ଥ ଏକ ନାଳ ମଧ୍ୟରେ ପକାଇ ଦେଇଥିଲେ । ପରବର୍ତ୍ତି ଦିନ ପ୍ରାତଃ ସମୟରେ ସ୍ଥାନୀୟ ଗ୍ରାମର ଫକୀର ମହାନ୍ତ ତାଙ୍କ ବାପା ଚୁଟିକା ମହାନ୍ତ ସହିତ ସେହି ରାସ୍ତାରେ ମନ୍ଦିରକୁ ଯାଉଥିବା ବେଳେ ବନମାଳୀକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ପଠାଇବା ସହିତ ଜନ୍ମେଜୟଙ୍କ ଘରକୁ ଖବର ଦେଇଥିଲେ । ଉକ୍ତ ଘଟଣାକୁ ନେଇ ଜନ୍ମେଜୟ ପକ୍ଷରୁ ବାରିପଦା ସଦର ଥାନାରେ ୨୦୧୩ ଜୁନ ୧୩ରେ ଅଭିଯୋଗ ହେବାରୁ ପୁଲିସ ପକ୍ଷରୁ କେଶ ନଂ ୭୧/୨୦୧୩ରେ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ରହିଥିବା ୧୦ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଅଭିଯୁକ୍ତ ଟୁକୁନା ମହାନ୍ତ, ଗୁଲସନ ମହାନ୍ତ ଓ ବୁଲୁ ମହାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇଛନ୍ତି । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ପିପି ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.