ଅଜଣା ରୋଗ : ୧୫ଦିନରେ ନେଲାଣି ୫ଶିଶୁଙ୍କ ଜୀବନ ।

0

ଭୟଭୀତ ଗ୍ରାମବାସୀ, ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ 

ମାଲକାନଗିରି : ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଆତଙ୍କ  l ଖବର ନେବାରୁ ଜଣାପଡ଼ିଛି ଯେ ବିଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୫ ଜଣ ନିଷ୍ପ୍ରାପ୍ୟ ଶିଶୁ ମୃତ୍ୟୁ ବରଣ କରିଛନ୍ତି l ପ୍ରଥମ ଦିନରେ ଭୀଷଣ ଜ୍ଵର, ଥଣ୍ଡା ହେବାରୁ ନିକଟସ୍ଥ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଡାକ୍ତର ମାନେ ରୋଗର ସାମୟକ ଉପଚାର କରିବା ସହ ଔଷଧ ଦେଇ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ କିନ୍ତୁ ଦୁଃଖର ବିଷୟ ସେହି ଶିଶୁମାନେ ଗ୍ରାମକୁ ଆସିବା ପରେ ଝାଡ଼ା ରୋଗରେ ଶିକାର ମଧ୍ୟ୍ୟ ହୋଇଥିଲେ। ପରେ ପରେ ପାରମ୍ପାରିକ ଚିକିତ୍ସା ମୁତାବକ ନିଜ ଗାଁରେ ଥିବା ପୂଜାରୀ,ଦିଶାରୀ ଓ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ।  ମାତ୍ର ଏକ ରୁ ଦୁଇଦିନ ମଧ୍ୟରେ ଶିଶୁମାନେ ପ୍ରାଣ ତ୍ୟାଗ କରିଥିବା ସେମାନଙ୍କ ପରିବାରର ଲୋକ କୋହ ଭରା କଣ୍ଠରେ ପ୍ରକାଶ କରିଥିଲେ l ମୃତ୍ୟୁ ବରଣ କରିଥିବା ପାଞ୍ଚଜଣ ଶିଶୁ ହେଲେ ଦେବା ମାଡକାମୀଙ୍କ ୪ ବର୍ଷର ପୁଅ, ରାମ ମାଢିଙ୍କ ୫ବର୍ଷୀୟ ପୁଅ ଏବଂ ୨ମାସର ଶିଶୁ କନ୍ୟା, ବୀର ମାଡକାମୀଙ୍କ ୩ବର୍ଷ ଝିଅ, ଜୟ ସୋଢ଼ିଙ୍କ ୫ବର୍ଷୀୟା ପୁଅ ଅନ୍ତର୍ଭୁକ୍ତ ରହିଛନ୍ତି l ଏହି ଭଳି କୋମଳମତି ଶିଶୁଙ୍କ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗର ସଠିକ ନିରୂପଣନ କରିବା ଏବଂ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ ଯାଇ ଯାଞ୍ଚ ନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ସ୍ୱାସ୍ଥ୍ୟ ବିଭାଗ ଏହି ସବୁ ବିଷୟରେ ଜାଣି ଚୁପ ରହିଛି ନା ନିଜର ଅପାରଗତା କୁ ଲୁଚାଇବା ପାଇଁ ଶିଶୁ ମୃତ୍ୟୁ ଗୁଡ଼ିକୁ ସାର୍ବଜନୀନ କରିନାହାନ୍ତି l ଯଦି ଏହିଭଳି ଲାଗିରହେ ଆଗାମୀ ଦିନରେ ଆହୁରୀ ଅଧିକ ଶିଶୁ ମୃତ୍ୟୁ ବରଣ କରିବାର ସମ୍ଭାବନା ଅଧିକ ରହିଅଛି । ସୁଧାଖୁଣ୍ଟା ଗ୍ରାମଟିରେ ଆଦିବାସୀ ସମ୍ପ୍ରଦାୟର ଲୋକ ବାସ କରୁଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.