ବାରିପଦା ( ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ଧୀରେଇ ମାଝୀ@ହାଁସଦାଙ୍କ ଘରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢାଉ ଏକ ସଂଗରେ ପାଂଚଟି ଜାଗାରେ କରାଯାଉଛି। କୁଳିଅଣା ଅଫିସ, ବାରିପଦାର କାଳିକାପୁର ବାସଭବନ, କୋଷ୍ଠା ଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆଖୋଲ ଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘର ଉପରେ ଏକ ସଂଗରେ ଚଢାଉ ଚାଲିଛି। । ପ୍ରାଥମିକ ଭାବେ ବାରିପଦାରେ ତିନିମହଲା କୋଠା ଓ କୁଷ୍ଠା ଠାରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଚିହ୍ନଟ କରାଯାଇଥିବା ବେଳେ ଚଢ଼ାଉ ଜାରି ରହିଛି |
Sign in
Sign in
Recover your password.
A password will be e-mailed to you.