ପାୱାର ଅଫ୍ ଆଟର୍ଣ୍ଣି ଉପରେ ଧାର୍ଯ୍ୟ ଷ୍ଟାମ୍ପ ଡ୍ୟୁଟିକୁ କମାଇବା ପ୍ରସ୍ତାବକୁ କ୍ରେଡାଇର ସ୍ୱାଗତ 

0 2

” କରୋନା କାଳରେ  ଓଡିଶା ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବ”  

ଭୁବନେଶ୍ୱର / ଶାସକ ପ୍ରଶାସକ : ବିଲ୍ଡରମାନଙ୍କୁ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟ ଡେଭଲପ କରିବା ପାଇଁ ଦିଆଯାଉଥିବା ପାୱାର ଅଫ୍ ଆଟର୍ଣ୍ଣି ଉପରେ ଧାର୍ଯ୍ୟ ଷ୍ଟାମ୍ପ ଡ୍ୟୁଟିକୁ କମାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନ୍ ସ୍ୱାଗତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ପରି ଏକ ସକାରାତ୍ମକ ପଦକ୍ଷେପ କୃତଜ୍ଞତା ଜ୍ଞାପନ କରି କ୍ରେଡାଇ ଭୁବନେଶ୍ୱର ଫାଉଣ୍ଡେସନର  ସାଧାରଣ ସମ୍ପାଦକ ଇଂ ଉମେଶ ପଟ୍ଟନାୟକ କହିଲେ ସରକାରଙ୍କ ଏହା ଏକ ସକାରତ୍ମକ ପଦକ୍ଷେପ ଏବଂ ଏହା ଓଡିଶା ରିୟଲି ଇଷ୍ଟେଟ୍ କ୍ଷେତ୍ରରେ ପରିବର୍ତନ ଆଣିବା ସହ କୋଭିଡ୍ ମହାମାରୀ ସମୟରେ ପୁଞ୍ଜି ବିନିଯୋଗ କରିବା ପାଇଁ ଡେଭଲପରମାନଙ୍କୁ ଆକର୍ଷିତ କରିବା, ଏହା ସହ ରାଜ୍ୟର ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ପୂର୍ବରୁ କ୍ରେଡାଇ ଭୁବନେଶ୍ୱର ପାୱାର ଅଫ ଆଟର୍ଣ୍ଣି କ୍ଷେତ୍ରରେ ଲାଗୁଥିବା ଷ୍ଟାମ୍ପ ଡ୍ୟୁଟିକୁ କମ୍ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । 

 

Leave A Reply

Your email address will not be published.