“ସି.ଇ.ଟି  ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ନିଷ୍ପତ୍ତି ଐତିହାସିକ “

0 2

ମୁଖ୍ୟମନ୍ତ୍ରୀଙ୍କୁ ଯୁବ ବିଜେଡ଼ି ପକ୍ଷରୁ ଧନ୍ୟବାଦ।

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ନାମରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ରୂପେ  ପ୍ରତିଷ୍ଠା କରିବେ।୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ସହ ରାଜ୍ୟ ରେ ସମସ୍ତ ତିନୋଟି ବୈଷୟିକ ବିଶ୍ଵବିଦ୍ୟାଳୟ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ନେତୃତ୍ବ ରେ ପ୍ରତିଷ୍ଠା ହୋଇ ଆଜି ସମଗ୍ର ଦେଶରେ ଓଡିଶା  ବୈଷୟିକ ଶିକ୍ଷା ର ମାନଚିତ୍ର ରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିପାରିଛି। ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ନେତୃତ୍ବ ଓଡ଼ିଶାର ଯୁବଛାତ୍ର ମାଷ୍ଟର କ୍ୟାଣ୍ଟିନ ଛକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ କହିଥିଲେ କି “ପୂର୍ବରୁ ବୈଷୟିକ ଶିକ୍ଷା ଆହରଣ ପାଇଁ ଓଡ଼ିଶା ର ଯୁବ ଛାତ୍ର ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ   କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପଣ୍ଣ ନିଷ୍ପତ୍ତି ଦ୍ଵାରା ଓଡ଼ିଶା ଆଜି ସମଗ୍ର ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରର ହବ୍ ପାଲଟିଯାଇଛି। ଏହି ନୂତନ ଏକକ ବିଶ୍ବବିଦ୍ୟାଳୟ ବୈଷୟିକ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ବୈଷୟିକ ଜ୍ଞାନକୋୖଶଳ ଏବଂ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ମୁଁ ଓଡ଼ିଶା ର ଅଗଣିତ ଯୁବଛାତ୍ରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

କୋଭିଡ୍ ୧୯ ର ସମସ୍ତ ନିୟମକୁ ପାଳନ କରି ଅନୁଷ୍ଠିତ ଏହି ଧନ୍ୟବାଦ୍ ପର୍ବରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ମହାସଚିବ ଏଲିନା ଦାସ, ଭୁବନେଶ୍ୱର ଜିଲ୍ଲାସଭାପତି ସମରେଶ ବେଉରା,ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନା ମୟୀ ପରିଡ଼ା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି, ଶୁଭ୍ରାଂଶୁ ମିଶ୍ର, ଉପସଭାପତି ସୁନିଲ୍ ପଣ୍ଡା, ସାଧାରଣ ସମ୍ପାଦକ ମଳୟ ରଂଜନ ପତି,ଆଶିଷ ରଂଜନ ମିଶ୍ର,ଶୁଭ୍ରଜିତ ପାଢ଼ୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥୀ ମୂଦୁଲି,ବାଣୀ କଲ୍ୟାଣ ମହାନ୍ତି, ଅବତାରରେ ଆଲାମ, ବାସୁଦେବ ସାହା,ଲଗ୍ନଦୀପା ମିଶ୍ର,ଅପଣ୍ଣା ଦାସ,ଶିବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.