୫୦ ଦିନରେ  ପହଞ୍ଚିଲା ସେବାକାର୍ଯ୍ୟ

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) : ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଓ ଓଡ଼ିଶା ମୋ ପରିବାର ସଂଯୋଜକ ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ସହଯୋଗରେ ଭିଏସନଗର କଲ୍ୟାଣ ମଣ୍ଡପରେ ଏକ ସହାୟତା କେନ୍ଦ୍ର ଖୋଲି ଦୀର୍ଘ ୫୦ଦିନ ଧରି ଟୀକା ନେଉଥିବା ସମସ୍ତଙ୍କୁ ମାସ୍କ, ସାନିଟାଇଜର୍,  ବିସ୍କୁଟ ଓ ପାଣି ଯୋଗାଇ ଦିଆ ଯାଉଛି। ଏହି କାର୍ଯ୍ୟକ୍ରମକୁ ସୌମ୍ୟ ରଂଜନ ପ୍ରଧାନ, ଦୀପକ ନାୟକ, ସାମ୍ବାଦିକ ରାଜୀବ ନୟନ, କମଳାକାନ୍ତ ରାଉତରାୟ, ହର ମୋହନ ପତି, ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼,  ଅକ୍ଷୟ କୁମାର ସ୍ବାଇଁ ,ସର୍ବଜିତ ସାହୁ, ସୋମ, ଚିଣ୍ଟୁ, କମଳାକାନ୍ତ , ନରେନ୍ଦ୍ର ବିଶ୍ଵାଳ ,କାର୍ତ୍ତିକ, ସୋନୁ, ସଂଗ୍ରାମ , ଜୟନ୍ତ , ଟୁଲୁ ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରୁଛନ୍ତି ବୋଲି ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.