ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ : ସ୍କୁଲ ଯିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

0 1

ଭୁବନେଶ୍ୱର : ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ  ସ୍କୁଲ | ସ୍କୁଲ ଯିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା | ଯଦି ପରିସ୍ଥିତି ଅନୁମତି ଦିଏ, ଆପାତତଃ ଅଗଷ୍ଟ ୧୬ରୁ କ୍ଲାସ୍ -୯ ଖୋଲିବାକୁ ସରକାର ଚିନ୍ତା କରୁଛନ୍ତି  | ସେହିପରି ସେପ୍ଟେମ୍ବର ୧୫ ରୁ କ୍ଲାସ୍ ଏକାଦଶ ଶ୍ରେଣୀ ଖୋଲିବାକୁ ପ୍ରସ୍ତୁତି ଚାଲିଛି, ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି | 

ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମେଟ୍ରିକ ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ  କରାଯିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମେଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ। 

ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ। ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ୍ ପାଇଁ ଏହି ନିୟମ ଲାଗୁହେବ। ସମସ୍ତ ଶ୍ରେଣୀର ପାଠ ପଢା ଅନଲାଇନ୍ ମାଧ୍ୟମରେ ହେବ। ସକାଳ ୧୦.୦୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ। ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟର ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍ଥଳ ବିଶେଷରେ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। ପରିସ୍ଥିତି ଅନୁସାରେ ଅଗଷ୍ଟ ମାସରେ ୯ମ ଶ୍ରେଣୀ ପାଠ ପଢା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ପାଠପଢା କିପରି ହେବ ସେନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଅଛି। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ପାଠପଢା ପରିଚାଳନା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। 

 

                                                                                                                        file photo
Leave A Reply

Your email address will not be published.