ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )-ଆଜି ଚାଷୀ ପାଇଁ ମାନବ ସମାଜର ସତ୍ତା ତିଷ୍ଠି ରହିଛି କହିଲେ କିଛି ଭୁଲ ହେବନି!ହେଲେ ପାଟଣାଗଡ଼ ଉପଖଣ୍ଡର ଚାଷୀ ମାନଙ୍କ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣର ସାରର ଆବଶ୍ୟକତା ଅଛି ସେତିକି ପରିମାଣର ସାର ମିଳୁନଥିବାରୁ ଚାଷ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି !ଅନ୍ୟପଟେ,ଜଳସେଚନର ଖାସ ବ୍ୟବସ୍ଥା ନଥିବାରୁ ଉପଖଣ୍ଡର ଚାଷ କାର୍ଯ୍ୟ ବିଶେଷତଃ ବର୍ଷା ଜଳ ଉପରେ ନିର୍ଭର ହିଁ କରିଥାଏ ! ସୁଚନା ଯୋଗ୍ୟଯେ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ଧଳାସୁନା କହୁଯାଉଥିବା କପା ଚାଷ ବହୁତ ପରିମାଣରେ ଚାଷୀ ମାନେ କରିଥାନ୍ତି ! କପା ଚାଷ ପାଇଁ ଏବେ ହୁଡା ଟେକା କାମରେ ୟୁରିଆ ସାର ପ୍ରୟୋଗର ନିହାତି ଆବଶ୍ୟକ ପଡୁଥିବା ବେଳେ ୟୁରିଆ ସାର ମିଳୁନଥିବାର ଅଭିଯୋଗ ହୋଇଛି । ପ୍ରକାଶ ଥାଉକି,400ରୁ 500 ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଏବେ ଠିକ୍ ଥିବା ବେଳେ ସାର ସମସ୍ୟା ବାଧା ସୃଷ୍ଟି କରୁଛି ! ଖୋଲା ବଜାରରେ ସାରର ମୂଲ୍ୟଠାରୁ ଦୁଇଗୁଣ ଅଧିକ ଦରରେ ବିକ୍ରି ହେଉଛି ! ଅସାଧୁ ବ୍ୟବସାୟିଙ୍କୁ ସୁହାଉଛି ପ୍ରଶାସନର ହୁଗୁଲା ନିତୀ !ଆହୁରି ମଧ୍ୟ ଚାଷୀ ଠିକ ସମୟରେ ସାର ନପାଇ ହଇରାଣ ହେଉଛି ! ଅନ୍ୟପଟେ ଯେ,ସମୟ ଗଡିଯିବାର ଭୟ ଚାଷୀଙ୍କୁ ଘେରୁଛି! ଶେଷରେ ଉପାୟ ଶୂନ୍ୟ ମନେକରି ଯେନତେଣ ପ୍ରକାରେ ଅର୍ଥ ଯୋଗାଡ଼ କରି କଲାବଜାରରୁ ଅଧିକ ଦରରେ କିଣିବାକୁ ବାଧ୍ୟ ହେଉଛି !ତେବେ ସମବାୟ ସମିତି ରୁ ୠଣ ନେଇଥିବା ଚାଷୀମାନେ ମଧ୍ୟ ସମିତି ରୁ ସାର ପାଇଁ ପାରୁନଥିବାର ଅଭିଯୋଗ କରିଛନ୍ତି ।ପୂର୍ବରୁ ସାର ପାଇଁ ଏଭଳି ହଇରାଣ ଚାଷୀ କେବେ ହୋଇନଥିଲା!ଏବିଷୟରେ ପ୍ରଶାସନ ପାଖରେ ଅଭିଯୋଗ କଲେ ସମୟ ନଷ୍ଟ ହେଉଛି ଫଳ କିଛି ମିଳୁନି!ଫଳରେ ଭାଗ୍ୟକୁ ଆଦରିବା ଛଡ଼ା ଚାଷୀ ପାଖରେ ଆଉ କୌଣସି ରାସ୍ତା ନାହିଁ!ତେଣୁକରି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଉଛି!!!!