କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

0 2

ପାଇକମାଳ:-ମନମାନୀ ଶାସନ ତଥା ଅହେତୁକ ପେଟ୍ରୋଲ ଓ ଡିଜେଲ ଦର କୁ ବିରୋଧ କରି ଆଜି ପୂର୍ବନିର୍ଦ୍ଧାରିତ ଦିବସ ଅନୁସାରେ ପାଇକମାଳ ବ୍ଳକ କଂଗ୍ରେସ କମିଟି ର ସଭାପତି ବିନୋଦ ବିହାରୀ ବିଶ୍ବାଳ ଙ୍କ ଆହ୍ୱାନ କ୍ରମେ ପୂର୍ବତନ କଂଗ୍ରେସ ଦଳ ର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଇକମାଳ ବ୍ଳକ ଅଫିସ ସମ୍ମୁଖରେ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ lଲୋକଙ୍କୁ ଭୂଆଁ ବୁଲାଇ ମିଛ କଥାରେ ବଶୀଭୂତ କରି ଆଜି ବିଜେପି ସରକାର ଆସି ଲୋକଙ୍କ ରକ୍ତ ଶୋଷଣ କରିଚାଲିଛି lନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆକାଶ ଛୁଆଁ  ହେବାରେ ଲାଗିଛି lଏ ଭଳି ସ୍ଥିତିରେ ଆମେ ସମସ୍ତେ ଏକ ହେଇ ମିଛ ପ୍ରତିଶ୍ରୁତି ଦେଇ ସତ୍ତା କୁ ଆସିଥିବା ନରେନ୍ଦ୍ର ମୋଦୀ ସରକାର କୁ ତିବ୍ର ବିରୋଧ କରୁଛୁ ବୋଲି ବ୍ଳକ କଂଗ୍ରେସ ସଭାପତି ବିନୋଦ ବିହାରୀ ବିଶ୍ବାଳ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ l ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀମାନ ସତ୍ୟଭୂଷଣ ସାହୁ କେନ୍ଦ୍ର ସରକାର ଙ୍କ ପାରିବା ପଣିଆ ଲୋକେ ଜାଣି ସାରିଲେଣି lନିର୍ବାଚନ ପୂର୍ବରୁ ୧୨୦ ମିଶନ ଦେଇଥିବା ବିଜେପି ଆଜି ବୋଧହୁଏ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ୧୨୦ ମିଶନ କୁ ସଫଳ କରିବାକୁ ଚେଷ୍ଟା କରୁଛି ତାର ସ୍ୱପ୍ନ କେବେହେଲେ ପୁରଣ କରିଦେବାନି ବୋଲି ଶ୍ରୀ ସାହୁ ବକ୍ତବ୍ୟ ଦେଇଥିବାବେଳେ, ଯୁବନେତା ଗତିକୃଷ୍ଣ ଭୋଇ କେନ୍ଦ୍ର ସରକାର ଙ୍କ ବିଫଳତା କୁ ଲୋକଲୋଚନକୁ ଆଣିଥିଲେ lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଳ ବ୍ଳକ ର ପୂର୍ବତନ ଅଧ୍ୟକ୍ଷ ବିନୋଦ କାଲିଆ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚନ୍ଦୁଲାଲ ପ୍ରଧାନ,ରଘୁମଣି ବେହେରା, ମହେନ୍ଦ୍ର ଖୁଟଲିଆ,ପୂର୍ବତନ ସମିତି ସଭ୍ୟ ପ୍ରାଣବନ୍ଧୁ ଦାଶ,ଧନୀରାମ ଭୋଇ, ବୈବସ୍ଵତ ପ୍ରଧାନ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ଥିଲେ l

Leave A Reply

Your email address will not be published.