ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର ଅଗ୍ରଗତିକୁ  ଉପରେ ସମୀକ୍ଷା କଲେ ନରସିଂହ

0

ବଲାଙ୍ଗୀର/ ନିରୋଜ ମିଶ୍ର :  ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ ଙ୍କ ସହିତ ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ ଥିବା ସମସ୍ୟା ତଥା ପ୍ରକଳ୍ପର ଅଗ୍ରଗତିକୁ ନେଇ ବଲାଙ୍ଗିର ର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଏକ ବୈଠକ ମାଧ୍ୟମରେ ଆଲୋଚନା କରିଛନ୍ତି । ବିଶେଷ କରି ବୁଡି ଅଞ୍ଚଳର ବିସ୍ଥାପନ ହେଉଥିବା ଲୋକେ ଯେପରି ବିନା ସମସ୍ୟାରେ ଶାନ୍ତିପୂର୍ଣ୍ଣ ଭାବରେ ବିସ୍ଥାପିତ ହେବେ ତାଙ୍କ ଉଚିତ ପୁନଃର୍ବାସ ଯୋଗାଇ ଠିକ୍ ହିସାବରେ ପ୍ରଶାସନ ସେମାନଙ୍କୁ ଥଇଥାନ କରିବ ତାର ଉପରେ ବିଧାୟକ ଶ୍ରୀ ମିଶ୍ର ଆଜିର ଆଲୋଚନାରେ ଗୁରୁତ୍ୱ ଦେଇଥିଲେ । ବିସ୍ଥାପିତ ଅଞ୍ଚଳରେ ଥିବା ଫଳନ୍ତି ବୃକ୍ଷ ଯଥା ଆମ୍ବ, ଚାର, ମହୁଲ, ନିମ୍ନ ଇତ୍ୟାଦି ଠିକ୍ ଆର୍ଥିକ ଭରଣ ଲୋକେ ଯେପରି ପାଇ ପାରିବେ ସେ ଉପରେ ଅଧିକାରୀମାନେ ଗୁରୁତ୍ୱ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଲୋୟର ସୁୁକତେଲ ପ୍ରକଳ୍ପକୁ ନେଇ ଗତ ବୈଠକରେ ଆରଡିସି ନେଇଥିବା ବିଭିନ୍ନ ନିଷ୍ପତ୍ତିର ଠିକ୍ ହିସାବରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ସେ ଉପରେ ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ସେ ସବୁ ନିଷ୍ପତ୍ତି ଯେପରି ଠିକ୍ ହିସାବରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ଯେହେତୁ ବିସ୍ଥାପିତ ଲୋକେ ତାଙ୍କ ଭିଟାମାଟି ଛାଡୁଛନ୍ତି ତେଣୁ ତାଙ୍କ ପାଇଁ ଚିହ୍ନଟ ଯଥା ଲର୍କିପାଲି, ସଦାଇପାଲି ଏବଂ ଖୁଜେନପାଲି ଠାରେ ଠିକ୍ ହିସାବରେ ଥଇଥାନ କରାଯାଉ ଏବଂ ସେହି ଅଞ୍ଚଳରେ ଲୋକେ ଯେମିତି ମୌଳିକ ସୁବିଧାରୁ ବଂଚିନ ନ ହେବେ ତାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଶ୍ରୀ ମିଶ୍ର କହିବା ସହ ପ୍ରକଳ୍ପ ଠିକ୍ ସମୟସୀମାରେ ସମ୍ପୁର୍ଣ୍ଣ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ଶ୍ରୀ ମିଶ୍ର କହିଥିଲେ । ଉତ୍ତରରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଏବଂ ଥଇଥାନ ପୁନଃର୍ବାସ ପ୍ରକଳ୍ପ ନିର୍ଦ୍ଦେଶକ ଆଗାମୀ ଦୁଇ ବର୍ଷ ଭିତରେ ପ୍ରକଳ୍ପ ସମ୍ପୁର୍ଣ୍ଣ ହେବାର ଆଶା କରାଯାଉଛି ବୋଲି କହିଥିଲେ । ଲୋକେ ବିସ୍ଥାପିତ ହେବା ପୂର୍ବରୁ ଯେମିତି ତାଙ୍କର ସମସ୍ତ ପ୍ରକାର କ୍ଷତିପୂରଣ ପାଇ ପାରିବେ ସେ ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ଶ୍ରୀ ମିଶ୍ର କହିବା ସହ ବୈଠକ ଶେଷ ହୋଇଥିଲା ।

Leave A Reply

Your email address will not be published.