ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଧିନରେ ଥିବା କଣ୍ଟି ଆମ୍ବା ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଵିଚିକା ମଳିକ ଏବଂ ମୀନକେତନ ମଳିକ ଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା।ଖବର ପାଇ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅଗ୍ନି ବିପନ୍ନ ପରିବାର କୁ ଭେଟି ବିଭିନ୍ନ ସମସ୍ୟା ବୁଝିବା ସହ ପରିବାରକୁ ଶୁଖିଲା ଖାଦ୍ୟ,ପୋଷାକ ଏବଂ ଲୁଗା ବଣ୍ଟନ କରିଥିଲେ।ବିଧାୟକ ଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ବିଜେଡ଼ି ଯୁବ ସଂଗଠକ ସଞ୍ଜୟ କୁମାର ସାହୁ, ଜିଲ୍ଲା ବିଜେଡ଼ି ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ପଞ୍ଚାୟତ ବିଜେଡ଼ି ସଭାପତି ଭଗବାନ ସାହୁ, ଯୁବ ନେତା ବିଭୂତି ଭୂଷଣ ପ୍ରଧାନ,ଏବଂ ସମିତି ସଭ୍ୟା ଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post