ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର 

0

 ବରଗଡ :-  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ ରେ କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ  ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନ ରେ ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ ଠାରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ କେବଳ ମହିଳା ମାନେ ରକ୍ତଦାନ କରିଥିଲେ। ମୁଖ୍ୟଅତିଥି ରୂପେ ଅତାବିରା ବିଧାୟକା ତଥା ପୁର୍ବତନ ମନ୍ତ୍ରୀ,ରାଜ୍ୟ ବିଜୁ ମହିଳା ଦଳର ସଭାନେତ୍ରୀ  ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଫିତା କାଟି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ନୁଆଁ କରି ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡ ବ୍ଳକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

କରୋନା ମହାମାରୀର ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡର ବିଶିଷ୍ଟ ସମାଜସେବୀ ଶ୍ରୀମତି ସସ୍ମିତା ତ୍ରିପାଠୀଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମହେଶ୍ୱତା ଆଚାର୍ଯ୍ୟ ,ଟାଉନ ମହିଳା ସଭାପତି କଳ୍ପନା ମାଝୀ, ଜୟା ବେହେରା, ଟାଉନ ସଭାପତି କିଶୋର ମିଶ୍ର, ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା, ଓଡିଶା ମୋ ପରିବାରର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ଜୀବନ ବିନ୍ଦୁର ଜିଲ୍ଲା ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା ,ସହଯୋଗୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣେଇଛନ୍ତି ମୋ ପରିବାର ର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଓ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।

 

Leave A Reply

Your email address will not be published.