ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତା;୧୬ରେ  ବ୍ଲକ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚାର  ଧାରଣା 

0 2

ପଦ୍ମପୁର: କେନ୍ଦ୍ର ଓ ରାଜ୍ୟ  ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ  ପାଇଁ ଝାରବନ୍ଧ ବ୍ଲକ କୁ ଆସୁଥିବା କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ଓ ବିଧାୟକ,ବ୍ଲକ ଅଧ୍ୟକ୍ଷ ,ପିଡି,ଡିଆରଡିଏ,ବିଡିଓ,ଆସିଷ୍ଟାଣ୍ଟ  ଇଂଜିନିୟର,ଜୁନିୟର ଇଞ୍ଜିନିୟର ଆଦିଙ୍କ ନାମରେ ୨୪ % ବ୍ଲକରେ ପିସି କଟା ଯାଉଥିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ଆସନ୍ତା ୧୬ ତାରିଖ ଦିନ ଝାରବନ୍ଧ ବିଡିଓଙ୍କ କାର୍ଯ୍ୟାଳୟସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛି । ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ ଶ୍ରୀ ସାମନ୍ତ ଶେଖର ମୁନା ଏହି ମର୍ମରେ ଆଜି ବିଡିଓ ଙ୍କ ଜରିଆରେ  ଏକ  ଦାବୀପତ୍ର ପ୍ରଦାନ କରିଛନ୍ତି । ବିଡିଓଙ୍କ ଅନୁପସ୍ଥିତ ରେ ଅତିରିକ୍ତ ବିଡିଓ ଶ୍ରୀ ଦେବାଶିଷ ସିହ୍ନା ଦାବିପତ୍ର ଗ୍ରହଣ କରି ଜିଲ୍ଲାପାଳ ଙ୍କ ନିକଟ କୁ ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଦାବିପତ୍ର ଦେବା ସମୟରେ ଶ୍ରୀ ମୁନାଙ୍କ ବ୍ୟତୀତ  ବରଗଡ ସାଂସଦ ପ୍ରତିନିଧି ଶ୍ରୀ ହରିହର ସାହୁ,ଜଗଦଲପୁର ମଣ୍ତଳ ସଭାପତି ଶ୍ରୀ ହରେକୃଷ୍ଣ ପଟେଲ,ଶ୍ରୀ ସୁବୋଧ ପ୍ରଧାନ,ରବିଲାଲ ଉଗ୍ରେ ଆଦି ଉପସ୍ଥିତ ଥିଲେ । ଝାରବନ୍ଧ ରୁ ଶକ୍ତ ଯାଉଥିବା ରାସ୍ତା କଡରେ ମାତ୍ର ୨ ଲକ୍ଷ ଟଙ୍କାର ବନ୍ଦ କାମ କରାଯାଇ ୬ ଲକ୍ଷ ୫୦ ହଜାର ଟଙ୍କା  ବିଲ କରା ଯାଇଥିବା ଓ ଗ୍ରାମ୍ଯ ଜଙ୍ଗଲ ଭିତରେ କିଭଲି କାମ ହେଲା ତାର ତଦନ୍ତ,  କୁର୍ଲୁପାଲି ଗ୍ରାମ ପଞ୍ଚାୟତ ର ଉରେଇଦାଦର ରୁ ବେହେରାଡୁବୁରି ଗୋଟିଏ ରାସ୍ତାରେ ମେଟାଲ ମୁରୁମ କାମ ପର୍ଯ୍ଯାୟ  କ୍ରମେ ୫ ଲକ୍ଷ ଟଙ୍କା,୪ ଲକ୍ଷ ଟଙ୍କା,୩ ଲକ୍ଷ ଟଙ୍କା, ସର୍ବମୋଟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚର  ତଦନ୍ତ,୫ ହଜାର ପାଇଖାନା ସ୍ବଛ ଭାରତ ନିର୍ମାଣ ନକରି ଟଙ୍କା ଉଠାଣ,ଡଭା ହରଡାଟାଲ ଗ୍ରାମ ରୁ ଛିନ୍ଦବାହାଲି ଓ ବଣ୍ତାମୁଣ୍ତା ଗ୍ରାମ କୁ ମେଟାଲ ମୋରୁମ କାମ ନାରେ ୧୮ ଲକ୍ଷ ଟଙ୍କାର ମିଥ୍ୟା ବିଲ ର ତଦନ୍ତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ସହ  ଅନ୍ୟାନ୍ୟ କାର୍ଯ୍ୟ ରେ ଅନିୟମିତା ପ୍ରତିବାଦରେ ଯୁବ ମୋର୍ଚ୍ଚା ଧାରଣା ଦେବ ।

Leave A Reply

Your email address will not be published.