ଘରୋଇ ସ୍କୁଲ ଦ୍ଵାରା ବିଦ୍ୟାର୍ଥୀ ଓ ଅଭିଭାବକ ଶୋଷଣର ଶିକାର ; ସରକାର ସେମାନଙ୍କୁ ସୁଯୋଗ ଦେଉଛନ୍ତି । 

0 1

ଭଦ୍ରକ:  ରାଜ୍ୟରେ ଯେପରି ଛତୁ ଫୁଟିଲା ପରି ସ୍କୁଲ,କଲେଜ ଖୋଲୁଛି ଏହା ପଛରେ ସରକାରଙ୍କ ଲାଭଜନକ ଉଦ୍ଦେଶ୍ୟ  ଥିବାପରି ମନେ ହେଉଛି। ଯାହା ଦ୍ଵାରା ଏବେ ଶିକ୍ଷାର ବ୍ୟବସାୟୀକରଣ ହେବାଯୋଗୁଁ ପିଲା ମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି  କଲାଣି। ଏହାକୁ ନେଇ ଓଡ଼ିଶା ରାଜ୍ୟ ଅଭିଭାବକ ମହାସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଭଦ୍ରକ ଠାରେ ଜିଲ୍ଲା ଅଭିଭାବକ ମହାସଂଘ ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଭିଭାବକ ମାରଣ ନୀତି ଏବଂ ଶିକ୍ଷାର ବ୍ୟବସାୟୀକରଣ ନୀତିକୁ ବିରୋଧ କରାଯାଇଛି । ମହାସଙ୍ଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟ ଯୋଗଦେଇ ଏପରି ଅଦୃଶ୍ୟ  ଦୁର୍ନୀତି ବିରୋଧରେ ସମସ୍ତ ଅଭିଭାବକ ଏକ ହୋଇ ଆଗାମୀ ଦିନରେ ଏମାନଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ । ଏପରି ସମସ୍ୟା ଓ ପିଲା ମାନଙ୍କର ଭବିଷ୍ୟତ କୁ ନେଇ ରାଜ୍ୟ ସାରା ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । 

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ଶରତ ପଢ଼ିଆରୀ, ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ସ୍ବାମୀ, ସରକାରୀ ଶିକ୍ଷକ କମଳାକାନ୍ତ ସାହୁ, ସନ୍ତୋଷ ସାହୁ, ସ୍ଵାଧୀନ ସୁନ୍ଦର ଦାସଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.