ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ ହୋଇ ଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

0 2

ମାଲକାନଗିରି : ଗତକାଲି  ଏମ ଭି ୭୯ ଥାନା ଅନ୍ତର୍ଗତ ୩୨୬ ନମ୍ବର  ଜାତୀୟ ରାଜପଥ ଉପରେ  ଏମ ଭି ୭୨ ବିଏସ ଏଫ ବାଟାଲିୟନ  କ୍ଯାମ୍ପ ନିକଟରେ ଖରାପ ହୋଇ  ପଡି ରହିଥିବା ଗୋଟିଏ ଟ୍ରାକ୍ଟର ଡାଲାରେ  ଦୃତଗତି ରେ ନିଜର ମଟରସାଇକେଲ ସେହି ବାଟ ଦେଇ ଯାଉଥିବା ଏମ ଭି ୧୨୬ ଗ୍ରାମ ର ଜଣେ  ବ୍ୟକ୍ତି  ଉକ୍ତ ଡାଲାରେ ଜୋରରେ ପିଟି ମୃତ୍ଯୁବରଣ କରିଥିବା ବେଳେ  ତାର କିଛି ଘଣ୍ଟାର  ବ୍ଯବଧାନ ପରେ  ଏମ ପି ଭି ୮୧ ଗ୍ରାମର  ଜଣେ ବ୍ୟକ୍ତି ବଲେରୋ ଗାଡି  ରାତି ସନ୍ଧ୍ୟାରେ  ସେହି ବାଟ ଦେଇ କାଲିମେଳା ପଟରୁ ନିଜ ଘର ଏମ ପିଭି-୮୧ ଗାଁକୁ  ଯାଉଥିବା ହଠାତ ସେହି ରାଜପଥ ରେ ପଡିରହିଥିବା  ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଡାଲାରେ ପିଟି ହେବା ଯୋଗୁଁ  ଗାଡିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଉଥିବା ବେଳେ ଗାଡିର ଡ୍ରାଇଭର ଗୁରୁତର  ହୋଇଥିଲେ । ଖବର ପାଇ  ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଧାର କରି ଚିକିତ୍ସା ପାଇ ଡାକ୍ତରଖାନା ପଠାଇ ଥିଲେ।  ଖବର ପାଇ ଘଟଣା ସ୍ଥଳ ରେ  ପୋଲିସ ପହଞ୍ଚି  ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହିତ। ମୃତ  ବ୍ଯକ୍ତିର ଶବକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀସ୍ବାସ୍ଥ କେନ୍ଦ୍ର କୁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ  ଶବ ହସ୍ତାନ୍ତର କରାଯିବ ବୋଲି  ପୋଲିସ  ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.