ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ ପକ୍ଷରୁ  ଦେବଦର୍ହା ଠାରେ ବୃକ୍ଷରୋପଣ 

0 2

ପଦ୍ମପୁର(ଶାସକପ୍ରଶାସକ) – ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ସ୍ଥଳ ଦେବଦର୍ହା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଯୋଗଦେଇ କହିଥିଲେ “ଆଜି  ବିଶ୍ଵରେ ପରିବେଶ। ଯେଉଁ ଭାବରେ ତାପମାତ୍ରା ବୃଦ୍ଧି ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି | ଆମର ସାମ୍ବାଦିକ ବନ୍ଧୁ ମାନଂକ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତାମୂଳକ ବାର୍ତ୍ତା ଦେଉଛି” | ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ରେଞ୍ଜ ଅଫିସର ପୁର୍ଣ୍ଣଚନ୍ଦ୍ର ମହନ୍ତ ଯୋଗ ଦେଇ ସାମ୍ବାଦିକ ଭାଇ ମାନଙ୍କ ସହ ବୃକ୍ଷ ରୋପଣ କରିବାର ଏକ  ନିଆରା ଅଭିଜ୍ଞତା  ବୋଲି କହିବା ସହ ଏହି ପବିତ୍ର ପୀଠକୁ ସବୁଜିମା ରେ ପରିପୂର୍ଣ କରାଯିବ ବୋଲି ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ଦେବ ଦରହାକୁ ଏକ ଇକୋ ଟୁରିଜମ ସ୍ଥଳର ମାନ୍ୟତା ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ।

ସଭା ଆରମ୍ଭରେ ଜାବର  ପଦ୍ମପୁର ୟୁନିଟର ସଂଯୋଜକ ପ୍ରିୟ ରଂଜନ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ। ଜାବର  ଉପ ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ  ଜାବ ର ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘ ର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶେଷ ରେ ସଂଘ ର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘ ର ସାଂଗଠନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ୧୨ ଟି ବ୍ଲକ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ। ଆଜି ଜାଵ ଓ ପଦ୍ମପୁର ଉପଖଣ୍ଡ ବନ ବିଭାଗ ର ମିଳିତ ଉଦ୍ୟମ ରେ ପବିତ୍ର ଦେବଦର୍ହା ପୀଠ ଠାରେ ୧୦୦୦ ଟି ଗଛ ଲଗାଇବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଦାଶ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ।

Leave A Reply

Your email address will not be published.