ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

0 2

ବରଗଡ : କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ବାବଧାନ ରେ ଆଜି ବରଗାଁ ଠାରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ  ଅତିଥି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ଯୁବ ସଂଗଠକ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଫିତା କାଟି ଉଦ୍ଘାଟନ କରିଥିଲେ ।ଏଥିରେ ଓଡିଶା ମୋପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଜୀବନ ବିନ୍ଦୁର ଜିଲ୍ଳାସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ,ପୁର୍ବତନ ସରପଞ୍ଚ କ୍ଷୀରୋଦ୍ର ସାହୁ,ବରଗାଁ ର ମନୋଜ ସାହୁ, କେଶବ ଭୁଏ, ଦେବାର୍ଚନ ପଧାନ, ଟେକଧର ପଧାନ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତା ,ସହଯୋଗୀ ଏବଂ ବରଗାଁ ଗ୍ରାମବାସୀଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଆୟୋଜକ ମାନେ ।  

Leave A Reply

Your email address will not be published.