ରଞ୍ଜନା ସୁରକ୍ଷା ମଞ୍ଚ ଓ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ

0 1

ରେଢାଖୋଲ : ରଞ୍ଜନା ସୁରକ୍ଷା ମଞ୍ଚ ଓ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲ ର ମିଳିତ ଆନୁକୁଲ୍ୟରେ ରଞ୍ଜନା ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାମପୁର ରେଞ୍ଜର ମୈତ୍ରୀମୟୀ ବିଶ୍ଵାଳ  ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ସ୍ଥାନୀୟ କାଉନସିଲର ଲକ୍ଷ୍ମଣ ପ୍ରଧାନ , ରଞ୍ଜନା ସୁରକ୍ଷା ମଞ୍ଚ ସଭାପତି ଶିବରାମ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗରେ ଯୋଗଦେଇଥିଲେ । ୟାରୀୟନ୍ ଫାଉଣ୍ଡେସନ ର ସଭାପତି ପପୁନ ସାମଲ , ସହସଂପାଦକ  ସଚିନ କୁମାର ପ୍ରଧାନ , ଉପଦେଷ୍ଟା ଗଜାନନ ଭେସରା ଓ ସ୍ଥାନୀୟ ଝାରପରା ଗ୍ରାମର ବହୁ ସଂଖ୍ୟକ ପୁରୁଷ ,ମହିଳା ଓ ଶିଶୁ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.