ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ – ହୀରାକୁଦ ଜଳଭଣ୍ଡାର ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିସ୍କାସନ କରାଯାଇଛି । ଆଜି ଜଳଭଣ୍ଡାର ର ୭ ନମ୍ବର ସୁଇଚ ଗେଟ ଯୋଗେ ଦିନ ୧୧ ଟା ସମୟରେ ଜଳଭଣ୍ଡାର ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ପରେ ଆଉ ଗୋଟିଏ ମୋଟ ଦୁଇଟି ଗେଟ ରେ ବନ୍ୟାଜଳ ନିସ୍କାସନ କରାଯାଉଥିବା ଜଣାପଡିଛି। ଜଳଭଣ୍ଡାର ର ଜଳସ୍ଥର ବର୍ତ୍ତମାନ 609.39 ଫୁଟ ରହିଥିବା ବେଳେ ଜଳଭଣ୍ଡାର ରୁ 2 ଗୋଟି ସୁଇଚ ଗେଟ ଯୋଗେ ବନ୍ୟାଜଳ ନିସ୍କାସନ କରାଯାଉଥିବା ଜଣାପଡିଛି ।
ବର୍ତ୍ତମାନ ସୁଦ୍ଧା ମିଲିଥିବା ସୁଚନା ଅନୁସାରେ ଜଳଭଣ୍ଡାର କୁ ପ୍ରତି ସେକେଣ୍ଡ ରେ 63,612 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ 22,783 କ୍ୟୁସେକ ଜଳ ନିସ୍କାସନ କରାଯାଉଥିବା ଜଣାପଡିଛି । ଆଜି ଜଳଭଣ୍ଡାର ରୁ ଜଳନିସ୍କାସନ ପରିପ୍ରେକ୍ଷୀରେ ଜଳଭଣ୍ଡାର ର ତଳି ଅଞ୍ଚଳରେ ଲୋକଙ୍କ ପାଇଁ ପ୍ରଶାସନ ତରଫରୁ ସତର୍କତା ସୁଚନା ଯାରି କରାଯାଇଛି ।