ନେହୁରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରନା ସଚେତନତା , ଚାରାରୋପଣ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକରେ କରୋନା ସଚେତନତା , ଚାରାରୋପଣ ସହ ରାସ୍ତାଘାଟ ସଫେଇ କାର୍ଯ୍ୟକ୍ରମ ଗୁଡିକ କରାଯାଇଥିଲା। 

ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ନୁଆଗଡ ବ୍ଳକର ରଙ୍ଗମୁଣ୍ଡା ଗ୍ରାମରେ “ସତ୍ୟଜ୍ୟେତି ଯୁବକ ସଂଘ” ଦ୍ବାରା କୋରନା ସଚେତନତା କାର୍ଯ୍ୟକ୍ରମ ଓ ଗୁମ୍ମା ବ୍ଳକର ନାମନଗଡ ଗ୍ରାମରେ “ଶିବାନନ୍ଦ ଯୁବକ ସଂଘ ” ଦ୍ବାରା ମାସ୍କର ସଠିକ୍ ବ୍ୟବହାରକୁ ନେଇ ସଚେତନତା , ଶ୍ରୀ “ଗୋପୀନାଥ ଯୁବକ ସଂଘ” ପକ୍ଷରୁ ପୋଲିସ ଷ୍ଟେସନ ପରିସରରେ ଚାରାରୋପଣ କରିଥିବା ବେଳେ ମୋହନା ବ୍ଳକର ବିରିକଟ୍ ଗ୍ରାମରେ “ଫ୍ରି ଫାଇର୍ ଯୁବକ ସଂଘ” ପକ୍ଷରୁ କୋରନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। 

ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଜୟଯୁକ୍ତ କରାଇଥିବାରୁ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ସମସ୍ତ ସ୍ବେଚ୍ଛାସେବୀ ଏବଂ ଯୁବକ ସଙ୍ଘର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.