ମଦ ବିକ୍ରି ବନ୍ଦ ଦାବିକଲେ ମହିଳା

0 2

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାର ମାଳ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବାଧରେ ମଦ ବିକ୍ରି ହେଉଥିବାନେଇ ଶନିବାର ଝାଙ୍କରପଡ଼ା, ନୂଆପଡ଼ା ଓ କ୍ଷେତିନାଳୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଥାନାରେ ଅଭିଯୋଗ କରିଛନ୍ତି। ଗାଁ ମାନଙ୍କରେ ଅବାଧରେ ଦେଶୀ ଓ ବିଦେଶୀ ମଦବିକ୍ରି ହେଉଥିବା ଯୋଗୁଁ ବିଭିନ୍ନ ସମୟରେ ମଦୁଆଙ୍କ ଦୌରାଯ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏଥିପାଇଁ ଆଜି ଝାଙ୍କରପଡ଼ା ମା ଭଟାରିକା ଏସଏଚଜି, ପୁଷ୍ପାଞ୍ଜଳି ଏସ ଏଚଜି, ବିଶ୍ୱଶାନ୍ତି ଏସଏଚଜି, ମା ମଙ୍ଗଳା ଏସ ଏଚଜି, ମା ସମଲେଇ ଏସ ଏଚଜି ସମେତ ନୂଆପଡ଼ା ଓ କ୍ଷେତିନାଳୀ ଏସଏଚ ଜିର ସଦସ୍ୟମାନେ ମଦ କୁଟିଆ ଗୁଡିକୁ ବନ୍ଦ କରିବାକୁ ଥାନା ଅଧୂକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଦିଗରେ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ମହିଳା ସଂଘ ତରଫରୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.