ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୮୪ ଗୋଟି ବିଭିନ୍ନ ମାମଲାର ଫଇସଲା କରାଯାଇଥିଲା । ତନ୍ମଧ୍ୟରୁ ୨୧ ଗୋଟି ଦେୱାନୀ ମକଦ୍ଦମାର ଫିଇସଲା କରାଯାଇ କ୍ଷତି ପୂରଣ ବାବଦରେ ୩ ଲକ୍ଷ ୯୩ ହଜାର ଟଙ୍କା ଆଦାୟ କରାଯାଇଥିଲା । ୯ ଗୋଟି ବ୍ୟାଙ୍କ ଜନିତ ମାମଲାର ସମାଧାନ କରାଯାଇ ୨୪ ଲକ୍ଷ ୧୭ ହଜାର ୯୧ଟଙ୍କା ଆଦାୟ ହୋଇଥିଲା । ସେହିପରି ୨୦ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୨୪ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୧୫୫ ଗୋଟି ଫୌଜଦାରୀ ମାମଲାର ଫଇସଲା କରାଯାଇ ଜରିମାନା ବାବଦରେ ୬ ଲକ୍ଷ ୫ ହଜାର ୪ ଶହ ଟଙ୍କା ଆଦାୟ ହୋଇଥିଲା । ୬୬ ଗୋଟି ପ୍ରାକ୍ ମକଦ୍ଦମା ମାମଲାର ସମାଧାନ କରାଯାଇ ୩୪ ଲକ୍ଷ ୪୧ ହଜାର ୯୭୯ ଟଙ୍କା ଆଦାୟ ହୋଇଥିଲା । ସେହିପରି ୧୩ ଗୋଟି ପାରିବାରିକ ମିଳାମିଶା ମାମଲାର ଫଇସଲା କରାଯାଇଥିଲା । ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ଦେବାଶିଷ ଦାଶ ଏବଂ କୋର୍ଟ ମେନେଜର ପ୍ରୀତିରାଣୀ ନାଗ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସ୍ଥାୟୀ ଲୋକ ଅଦାଲତ ଜଜ୍ ପ୍ରଶାନ୍ତ କୁମାର ଦାଶ, ଫ୍ୟାମିଲି କୋର୍ଟ ଜଜ୍ ପ୍ରଶାନ୍ତ କୁମାର ନାୟକ, ଭିଜିଲାନ୍ସ କୋର୍ଟ ଜଜ୍ ଅଜନ୍ତା ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଦେବାଶିଷ ରାଉତ, ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ ପ୍ରଜ୍ଞାପରିମିତା ରାଉଳ, ଏସ୍ସି ଓ ଏସ୍ଟି ପ୍ରିଜାଇଡିଂ ଅଫିସର ସରୋଜ କୁମାର ଦାଶ , ମୁଖ୍ୟ ବିଚାର ବିଭଗୀୟ ମାଜିଷ୍ଟ୍ରେଟ୍ ଅଭିଳାଷ ସେନାପତି, ସିଭିଲ କୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ, ସିଭିଲ ଜଜ୍ (ବରିଷ୍ଠ) ଜ୍ୟୋତି ରଞ୍ଜନ ଦାଶ, ଅତିରିକ୍ତ ସିଭିଲ ଜଜ୍ (ବରିଷ୍ଠ) ସସ୍ମିତା ନନ୍ଦିନୀ ତ୍ରିପାଠୀ, ଏସ୍ଡିଜେଏମ୍ ବଲାଙ୍ଗିର କୈଳାଶ ଚନ୍ଦ୍ର, ସିଭିଲ ଜଜ୍ (କନିଷ୍ଠ) ସସ୍ମିତା ସେଠୀ, ସ୍ପେସାଲ ଜୁଡିସିଆଲ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ରାୟଗୁରୁ, ପବ୍ଲିକ ପ୍ରସିକ୍ୟୁଟର, ଜିଲ୍ଲା ଜଜ୍ କୋର୍ଟ ସୁବାଷ ଚନ୍ଦ୍ର ମହାନ୍ତଙ୍କ ସମେତ ଓକିଲ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post