ନଭେମ୍ବର ୧୪ରୁ ରାଜ୍ୟ ସ୍ତରୀୟ ସମବାୟ ସପ୍ତାହ
ଭୁବନେଶ୍ୱର – ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ କରାଯିବ । ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ମଙ୍ଗଳବାର ଦିନ ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ୬୪ତମ ସମବାୟ ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ନିଖିଳ ଭାରତ ସମବାୟ ସପ୍ତାହ ନଭେମ୍ବର ମାସ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସପ୍ତାହବ୍ୟାପୀ ଏହି ସମାରୋହ ପାଳନ ନିମନ୍ତେ ଜାତୀୟ ସମବାୟ ୟୁନିୟନ୍ ଦ୍ୱାରା ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ରାଜ୍ୟକୁ ପଠାଯାଇଥାଏ । ସମବାୟ କ୍ଷେତ୍ରରେ ହାସଲ କରାଯାଇଥିବା ସଫଳତାକୁ ଲୋକଲୋଚନକୁ ଅ।ଣିବା, ସମବାୟ ସଂପର୍କିତ ବିଭିନ୍ନ ସମସ୍ୟା ବିଷୟରେ ବି·ରବିମର୍ଶ କରିବା ଏବଂ ରାଜ୍ୟରେ ସମବାୟ ଆନ୍ଦୋଳନର ବିକାଶ ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସମବାୟ ସପ୍ତାହ ସମରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ବୈଠକର ବିବରଣୀରୁ ପ୍ରକାଶ ଯେ ରାଜ୍ୟସ୍ତରୀୟ ଏହି ଉତ୍ସବ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ ଅ ।ନୁକୂଲ୍ୟରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ସମବାୟ ସପ୍ତାହର ମୁଖ୍ୟ ଅ ।ଲୋଚ୍ୟ ବିଷୟ ହେଉଛି “ସମବାୟର ଡିଜିଟାଲାଇଜେସନ୍ ମାଧ୍ୟମରେ ଜନସାଧାରଣଙ୍କ ସଶକ୍ତିକରଣ’ । ଏହି ଉପଲକ୍ଷେ ଏକ ସ୍ମରଣିକା ଓ ସମବାୟ ସମା·ରର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ । ଏହି ସ୍ମରଣିକା ଓ ସମବାୟ ସମା·ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାମାନଙ୍କର ଶୁଭେଚ୍ଛାମୂଳକ ବିଜ୍ଞାପନ ପ୍ରକାଶିତ ହେବ । ସମବାୟ ବିଭାଗର ସଫଳତା ଓ ଉପଲବ୍ଧିକୁ ନେଇ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇବ । ସମବାୟ କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା ସମବାୟ ସଂସ୍ଥା, ସମବାୟ ଲେଖକମାନଙ୍କୁ ଚୟନ କରାଯାଇ ଏହି ଅବସରରେ ପୁରସ୍କୃତ ଓ ସମ୍ମାନିତ କରାଯିବ ।
ଏହି ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା , ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ଶଶିଭୂଷଣ ପାଢି, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ହେମନ୍ତ ନାୟକ, ସଂପାଦକ ବ୍ରହ୍ମାନନ୍ଦ ପରିଡ଼ାଙ୍କ ସମେତ ଅନ୍ୟ ଶୀର୍ଷ ସମବାୟ ସମିତିର ଅଧ୍ୟକ୍ଷ ଓ କର୍ମକର୍ତା ଉପସ୍ଥିତ ଥିଲେ ।